ବିଜେପି ଛାଡି ବିଜେଡିରେ ସାମିଲ ହେଲେ ସାନଗୋପାଳପୁର ଗ୍ରାମବାସୀ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁରପଂଚାୟତ ର ସାନ ଗୋପାଳ ପୁର ସମୂହ ଗ୍ରାମବାସୀ ସୋମବାର ବିଜେପି ଦଳ ଛାଡ଼ି ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ଏନେଇ ଆଜି ଗ୍ରାମ ଠାରେ ଏକ ସଭା କରି ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କ ଉପସ୍ଥିତରେ ଗ୍ରାମ୍ୟ କମିଟି ସଭାପତି ରାଜୁତରାଇଙ୍କ ନେତୃତ୍ୱରେ ସମ୍ପାଦକ, ସନ୍ତୋଷ ସାହୁ ,ୱାଡ଼ ସଭ୍ୟ ସାବିତ୍ରୀ ସାହୁ, ସୁଦର୍ଶନ ପଲେଇ ,ଯୁବନେତା ଭୀମସେନ ସାହୁ, ବୁଲୁତରାଇ, ସୁରେନ୍ଦ୍ର ପଳାଇ, ପ୍ରମୁଖଙ୍କ ସମେତ ଗ୍ରାମର ୧୨୦ ପରିବାର ସମସ୍ତ ମହିଳା, ପୁରୁଷ ବିଜେଡିର ସାମିଲ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ନିରଂଜନ ରେଡିଙ୍କ ସଭାପତିତ୍ୱ ରେ ଏହି ମିଶ୍ରଣ ପର୍ବରେ ବିଧାୟକ ବେହେରା ସମସ୍ତ ଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ନବୀନ ସରକାର ଙ୍କ ଲୋକଭିମୁଖୀ କାମରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବାରୁ ଆପଣଙ୍କ ଅଞ୍ଚଳରେ ଉନ୍ନତି ରେ ଅର୍ଥ ର ଅଭାବ ରହିବ ନାହିଁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ଗଗନ ସ୍ୱାଇଁ, ପୁର୍ବତନ ବିଧାୟକ ଅଶୋକ ଚୌଧିରି, ଆଦିକନ୍ଧ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥପ୍ରଧାନ, ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ, ଓ ଜିଲ୍ଲା ପରିଷଦ ସଭ୍ୟ ଜେ. ସନ୍ତୋସୀବାନାମ୍ବର ପଲେଇ,ଅନ୍ତର୍ଯ୍ୟାମୀ ବେହେରା, ଉମା ଜେନା, ପ୍ରମୁଖ ଯୋଗଦେଇ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ସୂଚନାଯୋଗ୍ୟ ଏହି ଗ୍ରାମରୁ ପୂର୍ବରୁ ବିଜେପି ସମର୍ଥକ ରହିବା ସହ ଗତ ନିର୍ବାଚନରେ ବିଜେପି ରେଭୋଟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ