ଗଛ ନ କାଟି ସ୍ଥାନାନ୍ତରି କୌଶଳ ଆପଣାଇବାକୁ ପରିବେଶବିତ୍ଙ୍କ ପରାମର୍ଶ
ଭୁବନେଶ୍ୱର : ସ୍ମାର୍ଟ ସହର ଭାବେ ଆଗକୁ ବଢୁଥିବା ଭୁବନେଶ୍ୱର ପ୍ରତି ଏବେ ଏକ ନୂଆ ବିଦ ଘନେଇବାରେ ଲାଗିଛି । ଘଞ୍ଚ ଜଙ୍ଗଲରେ ଏକଦା ପରିପୁର୍ଣ୍ଣ ଆମ ରାଜଧାନୀ ଏବେ ବୃକ୍ଷଶୂନ୍ୟ ହେବାକୁ ଲାଗିଛି । ରାସ୍ତାପାଶ୍ୱର୍ ବନୀକରଣ ତ ଉଧଉନି, ବରଂ ବ୍ୟାପକ ଗଛକଟା ଚାଲିଛି । ଏଭଳି ସ୍ଥିତିରେ ପ୍ରବଳ ଖରାବେଳେ ଟିକିଏ କେଉଁଠି ଗଛ ଛାଇତଳେ ଠିଆହେବାକୁ ଆଉ ଗଛ ନଥିବ । ରାଜଧାନୀ ରାସ୍ତାକଡ଼ରୁ ବିଶାଳକାୟ ଗଛଗୁଡ଼ିକ କାଟିନେବାକୁ ପରିବେଶବିତ୍ମାନେ ନାପସନ୍ଦ କରିଛନ୍ତି । ଗଛକୁ ନ କାଟି ଟ୍ରି ଟ୍ରାନ୍ସ ୍ଲାଣ୍ଟର ମେସିନ୍ ଦ୍ୱାରା ଗଛକୁ ସ୍ଥାନାନ୍ତରି କରାଯିବା ପାଇଁ ପରାମର୍ଶ ଦେଇଛନ୍ତି ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ । ସମ୍ପ୍ରତି ସ୍ମାର୍ଟ ନଗରୀ ଭୁବନେଶ୍ୱରରେ ବାସଗୃହ, ଉଦ୍ୟୋଗ, କୋଠାବାଡ଼ି, ଯାନବାହନ ଚଳାଚଳ ପାଇଁ ପ୍ରଶସ୍ତ ସଡ଼କ, ଡ୍ରେନ ଇତ୍ୟାଦି ପାଇଁ ବେଧଡ଼କ ଚାଲିଛି ଗଛକଟା । ଗତବର୍ଷ ମେ’ ମାସରେ ହୋଇଥିବା ଫନି ବାତ୍ୟାରେ ଧରାଶାୟୀ ହୋଇଛି ବ୍ୟାପକ ଗଛଲତା । ରାସ୍ତାକଡ଼ର ଛାଇ ଏବେ ସାତ ସପନ । ବାତ୍ୟା ମୁହଁରୁ ବଞ୍ôଚ ଯାଇଥିବା ଗଛଗୁଡ଼ିକର ରକ୍ଷଣା ବେକ୍ଷଣ ତ ଦୂରର କଥା ଏଗୁଡ଼ିକ କାଟି ଦିଆଯାଉଥିବାରୁ ଉଦ୍ବେଗ ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱରର ସବୁଜିମା ନଷ୍ଟ ହେଉଥିବା ବେଳେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସହରର ଭିନ୍ନ ଭିନ୍ନ ସ୍ଥାନକୁ ସରକାର ନିକଟରେ ହିଟ୍ଜୋନ ଘୋଷଣା କରିଛନ୍ତି । ୧୩ଟି ପ୍ରମୁଖ ସ୍ଥାନରେ ସ୍ୱତନ୍ତ୍ର ପ୍ରସ୍ତୁତି ପାଇଁ ଓସ୍ଡ଼ମା ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃ କ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଦୂଷଣମୁକ୍ତ ଓ ସବୁଜିମାମୟ ରାଜଧାନୀର ସ୍ୱାସ୍ଥ୍ୟ ଫେରାଇ ଆଣିବା ଦିଗରେ ଆଉ ଗଛଗୁଡ଼ିକ ନ କାଟି ସ୍ଥାନାନ୍ତରି କୌଶଳ କର୍ତ୍ତୃ କ୍ଷ ଆପଣାନ୍ତୁ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।