ଗଜପତିରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୧୮ ହଜାର ଟଙ୍କା ବେତନ ଦାବି ସହ ୮ଦଫା ଦାବି ନେଇ ଗଜପତି ଜିଲ୍ଲାରେ ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନ କରିଛନ୍ତି । ଆଜି ଏ ନେଇ ଶତାଧିକ ଅଙ୍ଗନୱାଡି କର୍ମୀ ପାରଳାଖେମୁଣ୍ଡି ସହରରେ ର‌୍ୟାଲି ପ୍ରଦର୍ଶନ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଜପତି ଜିଲ୍ଲା ଅଙ୍ଗନୱାଡି କର୍ମୀ ସଂଘର ସଭାନେତ୍ରୀ ଜ୍ୟୋତ୍ସନାରାଣୀ ପାଇକ, ସମ୍ପାଦିକା ପୁଷ୍ପାଞ୍ଚଳୀ ପଣ୍ଡା, କୋଷାଧ୍ୟକ୍ଷା ଅଞ୍ଜଳୀ ନାୟକ ପ୍ରମୁଖ କହିଛନ୍ତି, ଅଙ୍ଗନୱାଡିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣ।। କରାଯିବା, ଅଙ୍ଗନୱାଡିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଯେ ପର୍ଯ୍ୟନ୍ତ ସରକାରୀ କର୍ମକର୍ତ୍ତା ରୂପେ ଘୋଷଣା କରାଯାଇ ନାହିଁ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ବେତନ କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରାଯିବା, ରାଷ୍ଟ୍ରୀୟ ଶିକ୍ଷାନିତୀ-୨୦୨୦ ଅନୁଯୟୀ ଦେଶରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିିଦ୍ୟାଳୟର ମାନ୍ୟତା ଦେବା ଆଦି ବିଭିନ୍ନ ଦାବିରେ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ