ଗଜପତିରେ ଇନ୍ଦିରାଜୀଙ୍କ ମହାପ୍ରୟାଣ ଦିବସ ପାଳିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ସ୍ତରୀୟ କଂଗ୍ରେସ କାର୍ଯ୍ୟାଲୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ତ୍ୟାଗ,ଆଦର୍ଶ ଓ ବଳିଦାନ ଆଦି ଉପରେ ଆଲୋକପାତ କରି ପ୍ରତ୍ୟେକ କଂଗ୍ରେସ କର୍ମୀ ଏଥିରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରନ୍ତୁବୋଲି ଆହ୍ୱାନ ଦେଇଥିଲେ । ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି ସ୍ମୃତି ସଭାରେ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ,ବିଷ୍ଣୁ ପାଢୀ,ବାପି ପଣ୍ଡା,ସୁର୍ଯ୍ୟ ନାରାୟଣ ପାତ୍ର,ରାଜା ପାତ୍ର, ଜାକବ ମାଝୀ,ଗୌରୀ ଶଙ୍କର ପ୍ରଧାନୀ,ଦୂର୍ଗା ଶବର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ