ଗଜପତିରେ କରୋନା ସଂକ୍ରମଣ;ଆଜି ୨୯ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ, ଆଜି ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୯ଜଣକୁ ମିଶାଇ ସଂଖ୍ୟା ୨୯୫୭ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୨୯ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୮ଜଣ, କାଶୀନଗର ବ୍ଲକରୁ ଜଣେ,ଗୋଷାଣୀ ବ୍ଲକରୁ ୪ଜଣ,ମୋହନା ବ୍ଲକରୁ ୯ଜଣ,ନୁଆଗଡ ବ୍ଲକରୁ ୨ଜଣ,ଆର.ଉଦୟଗିରି ବ୍ଲକରୁ ୩ଜଣ,ଗୁମ୍ମା ବ୍ଲକରୁ ଜଣେ,ଜିଲ୍ଲାବାହାରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ୫ଜଣ,ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୨ଜଣ,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୨୧ଜଣ,ଜିଲ୍ଲାବାହାରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।