ଗଜପତିରେ କରୋନା ସଂକ୍ରମଣ;ଆଜି ୯ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୯ଜଣକୁ ମିଶାଇ ସଂଖ୍ୟା ୩୧୭୧ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୯ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, କାଶୀନଗର ବ୍ଲକରୁ ଜଣେ,ମୋହନା ବ୍ଲକରୁ ଜଣେ,ନୁଆଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଲକରୁ ଜଣେ,ଗୋଷାଣୀ ବ୍ଲକରୁ ୨ଜଣ,ଜିଲ୍ଲା ବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୭ଜଣ,ଜିଲ୍ଲାବାହାରୁ ୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।