ଗଜପତିରେ କରୋନା ସଂକ୍ରମଣ;ଆଜି ୧୯ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ବଢିଚାଲିଛି , ଆଜି ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୯ଜଣକୁ ମିଶାଇ ସଂଖ୍ୟା ୩୬୦୦ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୯ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୯ଜଣ,ଗୁମ୍ମା ବ୍ଲକରୁ ଜଣେ,କାଶୀନଗର ବ୍ଲକରୁ ଜଣେ,ଆର.ଉଦୟଗିରି ବ୍ଲକରୁ ୪ଜଣ,ରାୟଗଡା ବ୍ଲକରୁ ଜଣେ,ମୋହନା ବ୍ଲକରୁ ୨ଜଣ,ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ଏହି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ