ଗଜପତିରେ କରୋନା ସଂକ୍ରମଣ;ଆଜି ୮ଜଣ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮ଜଣକୁ ମିଶାଇ ସଂଖ୍ୟା ୩୮୪୧ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୩ଜଣ,ଗୋଷାଣୀ ବ୍ଲକରୁ ଜଣେ,ନୁଆଗଡ ବ୍ଲକରୁ ଜଣେ,ମୋହନା ବ୍ଲକରୁ ୨ଜଣ,ରାୟଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ସମସ୍ତ ୮ଜଣଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୭ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷ ଜଣେ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।