ଗଜପତିରେ କରୋନା ସଂକ୍ରମଣ ,ଆଜି ୪୩ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୩ଜଣକୁ ମିଶାଇ ସଂଖ୍ୟା ୩୩୨୦ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୪୩ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୧୬ଜଣ,ମୋହନା ବ୍ଲକରୁ ୫ଜଣ,ନୁଆଗଡ ବ୍ଲକରୁ ୬ଜଣ,ଗୋଷାଣୀ ବ୍ଲକରୁ ୩ଜଣ,ଆର.ଉଦୟଗିରି ବ୍ଲକରୁ ଜଣେ,ରାୟଗଡ ବ୍ଲକରୁ ୫ଜଣ,ନୁଆଗଡ ବ୍ଲକରୁ ୬ଜଣ,କାଶୀନଗର ବ୍ଲକରୁ ୫ଜଣ,ଜିଲ୍ଲା ବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୩୮ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୩ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ