ଗଜପତିରେ ୬୦ଜଣ ପ୍ଲାଜ୍‌ମା ଦେବାକୁ ସହମତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ମୋଟ ୬୦ଜଣ ନିଜ ତରଫରୁ ପ୍ଲାଜମା ଦାନ କରିବା ପାଇଁ ସହମତି ପ୍ରକାଶ କରିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ଜଣ ପ୍ଲାଜମା ଦାନ କରିଛନ୍ତି । ସେହିପରି ମୋଟ ୩,୦୪୧ ଜଣ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ମୋଟ ପ୍ରବାସୀ ୧୫,୮୧୯ ଜଣ ଆସିଛନ୍ତି । ନିଜସ୍ୱ ଘର ସଂଙ୍ଗରୋଧରେ ୧୪୪ଜଣ ରହିଛନ୍ତି । ସେହିପରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୫,୮୧୯ ଜଣ ନିଜ ନିଜ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪,୪୦୧ଜଣଙ୍କୁ ୨ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଛି । ସମଗ୍ର ଜିଲ୍ଲାରୁ ମୋଟ ୩୬,୬୩୫ ଜଣଙ୍କର ସ୍ୱାବ ପରୀକ୍ଷଣ ପାଇଁ ସଂଗ୍ରହ ହୋଇଛି । ଏମାନଙ୍କ ମଧ୍ୟରୁ ୩୬,୩୩୬ ଜଣଙ୍କର ପରୀକ୍ଷଣ ରିପୋର୍ଟ ପହଞ୍ଚିଛି । ଏଥି ମଧ୍ୟରୁ ୨୧ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସବୁ ସୂଚନା ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ