ଗଜପତିରେ କରୋନା ସଂକ୍ରମଣ ,ଆଜି ୧୬ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୬ଜଣକୁ ମିଶାଇ ସଂଖ୍ୟା ୩୩୩୬ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୧୬ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୩ଜଣ,ମୋହନା ବ୍ଲକରୁ ୩ଜଣ,ଗୋଷାଣୀ ବ୍ଲକରୁ ୪ଜଣ,ଆର.ଉଦୟଗିରି ବ୍ଲକରୁ ୪ଜଣ,ରାୟଗଡ ବ୍ଲକରୁ ଜଣେ,କାଶୀନଗର ବ୍ଲକରୁ ଜଣେ,ଚିହ୍ନଟ ହୋଇଥିବା ଜଣାପଡିଛି । ଏ ସମସ୍ତ ୧୬ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ