ନୀଳ ଜହର ଚୋରା ଗଞ୍ଜେଇର ଭୂସ୍ୱର୍ଗ ପାଲଟିଛି ଗଜପତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ନୀଳ ଜହର ଚୋରା ଗଞ୍ଜେଇର ଭୁସ୍ୱର୍ଗ ପାଲଟିଛି । ଗତ କିଛି ମାସ ମଧ୍ୟରେ କୋଟିକୋଟି ଟଙ୍କା ମୁଲ୍ୟର ଚୋରା ଗଞ୍ଜେଇକୁ ପୋଲିସ ଜବତ କରିଛି । ଶତାଧିକ ମକଦ୍ଦମା ଏଥି ନେଇ ରୁଜୁ ହେବା ସହ ଚୋରା ଚାଲାଣରେ ବ୍ୟବହୃତ ଶତାଧିକ ବିଭିନ୍ନ ଗାଡି ଜବତ ହୋଇଛି । ଏହି ସମସ୍ତ ଘଟଣାରେ କେବଳ ଧରାପଡୁଛନ୍ତି କିଛି ନିରିହ ଡ୍ରାଇଭର,ହେଲପର ଓ ନାମକୁ ମାତ୍ର ପାରିଶ୍ରମିକରେ ଖଟୁଥିବା କିଛି ବ୍ୟକ୍ତି । ହେଲେ ଚୋରା ଗଞ୍ଜିଇ କାରବାରର ମୁଖ୍ୟ ନାୟକ କୋଟି କୋଟି ଟଙ୍କା ଅର୍ଜନ କରୁଥିବା ମାଫିଆମାନେ ଏଥିରେ ଛପି ଯାଉଛନ୍ତି । ଚୋରା ଗଞ୍ଜେଇ ଜବତ ପରେ ନିରିହମାନଙ୍କ ଠାରୁ ମୁଖ୍ୟ ନାୟକ ମାଫିଆ ମାନଙ୍କ ରହସ୍ୟ ଉନ୍ମୋଚନ କରି ମାଫିଆଙ୍କୁ ଜବତ କଲେ ଗଜପତିରେ ଚୋରା ଗଞ୍ଜେଇ କାରବାରକୁ ରୋକା ଯାଇପାରନ୍ତା ବୋଲି ବୁଦ୍ଧିଜିବିମାନେ ମତ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାର ବିଶେଷ କରି ମୋହନା,ଆର.ଉଦୟଗିରି,ନୁଆଗଡ ଓ ରାୟଗଡ ଆଦି ୪ଗୋଟି ପାହାଡିଆ ଅଞ୍ଚଳରେ ଗତ କିଛି ବର୍ଷ ହେଲା ଏହି ଗଞ୍ଜେଇ ଚାଷ ଚାଲିଛି । ନାମକୁ ମାତ୍ର ପାରିଶ୍ରମିକ ଦେଇ ସ୍ଥାନୀୟ ଗରିବ ନିରିହ ଆଦିବାସୀ ମାନଙ୍କୁ ବିନିଯୋଗ କରି ଶକ୍ତିଶାଳୀ ମାଫିଆମାେନେ ଏହି ଚାଷ ଚଲାଉଛନ୍ତି । ପୋଲିସ ଓ ଅବକାରୀ ଦଳ ଅନେକ ସମୟରେ ଶହ ଶହ ଏକର ପାହାଡିଆ ଜମିରେ ଗଞ୍ଜେଇ ଚାଶକୁ ଜବତ କରି ନିଆଁ ଲଗାଇ ପୋଡିଛନ୍ତି । ତଥାପି ଏଥିରେ କେବେବି କାହାକୁ ଧରାଯାଇଥିବା ସୁଚନା ନାହିଁ । ସେହିପରି ମୋହନା,ରାୟଗଡ ଓ ଆର.ଉଦୟଗିରିରେ ପୋଲିସ ଗତ କିଛି ମାସ ମଧ୍ୟରେ ଚୋରା ଗଞ୍ଜେଇ ଚାଲାଣରେ ଶତାଧିକ ମାମଲା ଦାୟର କରିଛି ଏବଂ ଶତାଧିକ ନିରିହ ଧରାପଡି ବିଭିନ୍ନ ଜେଲରେ ସଢୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହାର ମୁଖ୍ୟ ନାୟକମାନେ ପରଦା ପଛରେ ଛପି ରହିଛନ୍ତି । ଏହି ଜିଲ୍ଲାର କେତେକ ସାମାନ୍ୟ ବ୍ୟକ୍ତି ଆଜି କୋଟି କୋଟି ଟଙ୍କାର ବିତ୍ତଶାଳୀ,ଏମାନଙ୍କ ପ୍ରାର୍ଥମିକ ଅବସ୍ଥା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ କଲେ ବହୁ ରହସ୍ୟ ଉଦ୍‌ଘାଟିତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିବା ସହ ଗଞ୍ଜେଇ ଚୋରା ଚାଲାଣରୁ ଗଜପତି ଜିଲ୍ଲାକୁ ମୁକ୍ତ କରାଯାଇପାରନ୍ତା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ