ଗଜପତିରେ କୋଭିଡ-୧୯ ଭ୍ରାମ୍ୟମାଣ ପରୀକ୍ଷଣ ଯାନ କାର୍ଯ୍ୟାରମ୍ଭ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କୋଭିଡ-୧୯ ଭ୍ରାମ୍ୟମାଣ ପରୀକ୍ଷଣ ଯାନ ଆଜି ଠାରୁ କାର୍ଯ୍ୟାରମ୍ଭ କରିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ଯାନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏ ନେଇ ଜିଲ୍ଲାପାଳ କହିଛନ୍ତି,ଗଜପତି ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ସହ ସାଧାରଣଙ୍କ ନିକଟରେ ଅତିଶୀଘ୍ର ପହଞ୍ଚି ଖୁବ୍ କମ୍ ସମୟ ମଧ୍ୟରେ ଅଧିକା ଲୋକଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରିବା ପାଇଁ ଏହି କୋଭିଡ-୧୯ ଭ୍ରାମ୍ୟମାଣ ପରୀକ୍ଷଣ ଯାନ ଆଜି ଠାରୁ କାର୍ଯ୍ୟାରମ୍ଭ କରାଯାଇଛି । ଏହି ଯାନରେ ସ୍ୱାବ୍ ସଂଗ୍ରହ ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ଆବଶ୍ୟକୀୟ ସମସ୍ତ ଉପକରଣର ବ୍ୟବସ୍ଥା ରହିଛି । ଅତିଶୀଘ୍ର ସ୍ୱାବ୍ ସଂଗ୍ରହ କରି ଏହାର ରିପୋର୍ଟ ମଧ୍ୟ ଶୀଘ୍ର ପହଞ୍ଚିବା ଉଦ୍ଦେଶ୍ୟ ନେଇ ଭ୍ରାମ୍ୟମାଣ ପରୀକ୍ଷଣ ଯାନ କାର୍ଯ୍ୟାରମ୍ଭ ହୋଇଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମା,ଜିଲ୍ଲା ସିଡିଏମଓ ଡଃ.ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ