ଗଜପତିରେ ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଗୁମ୍ମା ବ୍ଲକ ପରିଡା ଗ୍ରାମ ଠାରେ ଗତକାଲି ପବିତ୍ର ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନୀତିକାନ୍ତ ଅନୁଯାଇ ପୂଜାର୍ଚନା କରାଯାଇଥିଲା । ପରେ ପରିଡା ଗ୍ରାମରେ ଭଗବାନଙ୍କୁ ନଗର ପରିକ୍ରମା କରାଯାଇ ଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ସମସ୍ତ ପୂଜାର୍ଚ୍ଚନା ପରେ ଏକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ଷୋହଳ ଖଣ୍ଡ ଗୋପାଳ ସମାଜର ଗଜପତି ଜିଲ୍ଲା ସଭାପତି ଖଦାଳ ଗୌଡ ସଭାପତିତ୍ୱରେ ଗୋପାଳ ସମାଜର ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସଭାପତିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ପରିଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ସୁମାର ସାହୁକାର ଯୋଗ ଦେଇ ଷୋହଳ ଖଣ୍ଡ ଗୋପାଳ ସମାଜ ଏବଂ ଏହି ଜାତିର ମହତ ଉଦ୍ଦେଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଗୁମ୍ମା ବ୍ଲକ ସଭାପତି ତାରିଣୀ ଗୌଡ ଷୋହଳ ଖଣ୍ଡ ଗୋପାଳ ସମାଜକୁ ଆଗକୁ ନେବା ପାଇଁ ସମାଜ ମଧ୍ୟରେ ରହିଥିବା ଶିକ୍ଷିତ ଯୁବକମାନଙ୍କୁ ଆଗକୁ ଆସିପାଇଁ ଆହ୍ୱାନ ଦେବା ସହ ସମାଜର ଉନ୍ନତି ହେବା ସହ ନିଜ ଜାତିର ବି ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏହା ସହ ଉପସ୍ଥିତ ଥିବା ଷୋହଳ ଖଣ୍ଡ ସମ।।ଜର ଉନ୍ନତି କିପରି ହୋଇପାରିବ ସେଥିପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ସଭାପତି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଗୋପାଳ ସମ।।ଜ ମଧ୍ୟରୁ ବିଭିନ୍ନ ଶ୍ରେଣୀରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ, ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଦେଇ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୌଳାସ ଚନ୍ଦ୍ର ମହାଙ୍କୁଡ, ନରସିଂହ ଗୌଡ, ବାଉରି ନାୟକ, ହୃଷିକେଶ ଗୌଡ, ଇଶ୍ୱର ଚନ୍ଦ୍ର କାର୍ଯୀ, ବାଳେଶ୍ୱର ଗୌଡ, ନୀଳମଣି ଗୌଡ, କୃଷ୍ଣଚଚନ୍ଦ୍ର ଦୋରା, ଜ୍ଞାନେଶ୍ୱର ଗୌଡ, ଅର୍ଜୁନ ଗୌଡ, ପଦଦ୍ମଚରଣ ପାତ୍ର, ବିଷ୍ଣୁନାଥ ଗୌଡ, ରଘୁନାଥ ମହାଙ୍ଗୁଡ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉକ୍ତ ସଭା କାର୍ଯ୍ୟକ୍ରମକୁ ଗୋପାଳ ସମାଜର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗୌଡ ପରିଚାଳନା କରିଥିଲେ ।


