ଗଜପତିରେ ଘନ କୁହୁଡି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀନଗର, ଗୁମ୍ମା, ରାୟଗଡ, ନୁଆଗଡ, ଆର.ଉଦୟଗିରି, ମୋହନା, ଗୋଷାଣୀ ଆଦି ବ୍ଲକରେ ଗତକିଛି ଦିନ ହେଲା ଶୀତର ପ୍ରକୋପ ବିଶେଷ ଭାବେ ବୃଦ୍ଧି ପାଇଛି । ଆଜି ଠାରୁ ଗଜପତି ଜିଲ୍ଲା ସାରା ଭୋର ସକାଳ ସମୟରୁ ଘନ କୁହୁଡିରେ ପରିପୁର୍ଣ୍ଣ ହୋଇଥିଲା । ପାରଳାଖେମୁଣ୍ଡି ସହର ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲା ସାରା ଧଳା ଚଦର ଭଳି ଘନ କୁହୁଡି ଚର୍ତୃଦିଗକୁ ଘୋଡାଇ ରଖିବା ଭଳି ଅତ୍ୟନ୍ତ ମନୋରମ ଭାବେ ଦେଖାଯାଉଥିଲା । ନଦୀ,ପାହାଡ,ପର୍ବତ,ବିଭିନ୍ନ ପଖୋରୀ ଆଦି ଅଞ୍ଚଳରେ ଏହି କୁହୁଡି ଭରା ଦୃଶ୍ୟ ପ୍ରାକୃତିକ ଦୃଶ୍ୟ ଠାରୁ ଅତୀ ମନୋହର ହୋଇଥିଲା । ଜନସାଧାରଣ ଏହି ଦୃଶ୍ୟକୁ ଅତ୍ୟନ୍ତ ଆନନ୍ଦ ଓ ଆଗ୍ରହର ସହ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ