ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ ‘ବଦଳି ଯାଉଥିବା ଋତୁ ସମ୍ପର୍କରେ…’ଲୋକାର୍ପିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଉତ୍କଳ ହିତୈଷଣୀ ସଭାଗୃହରେ ଆଜି ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ ବଦଳି ଯାଉଥିବା ଋତୁ ସମ୍ପର୍କରେ… ଲୋକାର୍ପିତ ହୋଇଯାଇଛି । ଗଜପତି ଜିଲ୍ଲାର ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡାଙ୍କ କର କମଳରେ ଏହି କବିତା ସଂକଳନଟି ସାଧ।ରଣଙ୍କ ପାଇଁ ଲୋକାର୍ପିତ ହୋଇଛି । ପାରଳାର ବରିଷ୍ଠ ସମାଜସେବୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ରଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ବିିଚିିତ୍ରା ନନ୍ଦ ବେବର୍ତ୍ତା,ଗଜପତି ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ଅରୁଣ କୁମାର ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଭାକର ପଣ୍ଡା,ଅବଶର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ,ସାମ୍ବାଦିକ ଲୋକନାଥ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କବିତା ସଂକଳନ ବଦଳି ଯାଉଥିବା ଋତୁ ସମ୍ପର୍କରେ… ରଚନା କରି ଆଜିର ଦିନରେ ଏହାକୁ ଏକ ପୁସ୍ତକ ଭାବେ ପ୍ରକାଶନ କରି ସାଧାରଣଙ୍କ ପାଇଁ ଲୋକାର୍ପଣ କରିବା ନେଇ ଭୁୟସୀ ପ୍ରସଂଶା କରିଥିଲେ । ଦିନ ଥିଲା ପାରଳା ସହର ଓଡିଆ ସାହିତ୍ୟ,ସଂସ୍କୃତି,କଳା,ନାଟକ ଓ କବିତା ସଂକଳନର ସାରା ଓଡିଶା ପାଇଁ ମୁଖ୍ୟ ପୀଠ । ବହୁ ମହାମନିଷୀ ଏହି ପାରଳା ମାଟିରୁ ଜନ୍ମ ହୋଇ ସାରା ଓଡିଶାରେ ପାରଳାର ମାନ ସମ୍ମାନକୁ ଓଡିଆ ସାହିତ୍ୟ,ସଂସ୍କୃତି,କଳା,ନାଟକ ଓ କବିତା ସଂକଳନ ଆଦି କ୍ଷେତ୍ରରେ ବେଶ ପ୍ରଶଂସନୀୟ ସ୍ଥାନ ଅଧିକାର କରିଥିଲେ । ହେଲେ ଆଜି ଉତ୍କଳ ହିତୈଷଣୀ ଭଳି କେତେକ ହାତ ଗଣତି ଅନୁଷ୍ଠାନ ଆନ୍ଧ୍ର ସୀମାନ୍ତରେ ଥିବା ପାରଳା ସହରରେ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ବଞ୍ଚାଇ ରଖିବା ପାଇଁ କେବଳ ଅହରହ ସଂଗ୍ରାମ ଚଳାଇ ଆସୁଛନ୍ତି । ଏପରି ସମୟରେ ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ ଲୋକାର୍ପଣ କରାଯିବା ଏକ ଗର୍ବ ଓ ଗୌରବ ଏବଂ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏଭଳି ସଂକଳନ ଦ୍ୱାରା ଉପାନ୍ତ ପାରଳାରେ ସାହିତ୍ୟ ସଂସ୍କୃତି ଓ ଓଡିଆ ଭାଷାକୁ ରୁଦ୍ଧିମନ୍ତ କରାଯାଇ ପାରିବ । ପରିଶେଷରେ କବିତା ସଂକଳନ ବଦଳି ଯାଉଥିବା ଋତୁ ସମ୍ପର୍କରେ… ର ରଚୟିତା ଡ.କଲ୍ୟାଣୀ ମିଶ୍ର ଆଜିର ଲୋକାର୍ପଣ ସଭାର ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କ ସହ ଏହି ପାରଳା ମାଟିର ପ୍ରେରଣାରେ ହିଁ ମୁଁ ଏହି ସଂକଳନ କରିପାରିଛି । ଏଥି ପାଇଁ ପାରଳା ମାଟିକୁ ସାଦରରେ ନମସ୍କାର କରି ଜନସାଧାରଣଙ୍କ ପାଇଁ ସଂକଳନଟି ଉତ୍ସର୍ଗ କଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ