ଗଜପତିରେ ଘନ କୁହୁଡି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାରେ ଗତ କିଛି ଦିନ ହେଲା ଘନ କୁହୁଡି ଯୋଗୁଁ ଭୋର ସକାଳ ସମୟରେ ସାଧାରଣଙ୍କର ଜୀବନ ଯାତ୍ରା ଏକରକମର ବ୍ୟାହାତ ହୋଇପଡୁଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ଆରମ୍ଭ କରି କାଶୀନଗର ଏନ୍‌ଏସି, ମୋହନା, ଆର୍‌.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଘନ କୁହୁଡି ଦେଖିବାକୁ ମିଳୁଛି । ସମଗ୍ର ଅଞ୍ଚଳରେ କୁହୁଡିର ପରିମାଣ ଏତେ ଅଧିକା ରହିଛି ଯେ, ସକାଳ ୭ଘଣ୍ଟା ପର୍ଯ୍ୟନ୍ତ ରାସ୍ତାଘାଟ ଠାରୁ ଆରମ୍ଭ କରି ସବୁ କିଛି ଦୃଶ୍ୟମାନ ହେଉନାହିଁ । ଯଦ୍ୱାରାକି ସାଧାରଣଙ୍କ ବିଭିନ୍ନ ଜୀବନଯାତ୍ରା ଏବଂ ବିଭିନ୍ନ ଯାନବହାନ ଚଳାଚଳରେ ବହୁ ଅସୁବିଧା ସୃଷ୍ଟି ହୋଇଛି । ଲୋକେ ଯାନବାହାନର ଲାଇଟକୁ ଲଗାଇ ସକାଳ ସମୟରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ତଥାପି ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉ ନାହିଁ । ତେଣୁ ୧୦ରୁ ୨୦ କିଲୋମିଟର ବେଗରେ ୪ଚକିଆ ଗାଡି ସହ ଅନ୍ୟାନ୍ୟ ବଡ ଯାନବାହାନ ଗୁଡିକ ଚଳାଚଳ କରୁଛି । ବର୍ତ୍ତମାନର ଏହି ଘନ କୁହୁଡି ଯୋଗୁଁ ପାରଳାଖେମୁଣ୍ଡି ସହରରେ ଥିବା ବୋୟା ହିଲ୍ ସକାଳ ସମୟରେ ବିଲ୍‌କୁଲ ଦୃଶ୍ୟମାନ ହେଉନାହିଁ । ଏପରି ଅନେକ ପାହାଡ ରହିଛି ଯାହାକି ସକାଳ ସମୟରେ ଦୃଶ୍ୟମାନ ନ ହେବା ସହ ପାହାଡଟି କେଉଁ ଅଞ୍ଚଳ ଚାଲିଗଲାକି ବୋଲି ଲୋକମାନଙ୍କୁ ଆନ୍ଦୋଳିତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ