ଗଜପତିରେ ଘନ କୁହୁଡି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତ କିଛି ଦିନ ଧରି ସକାଳ ସମୟରେ ଘନ କୁହୁଡି ହେଉଥିବା ଲକ୍ଷ୍ୟ କରାଯାଇଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ମୋଟ ୭ ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ, ଗୁମ୍ମା ଓ କାଶୀନଗର ଆଦି ବ୍ଲକ ଅଞ୍ଚଳରେ ଏବେ ପ୍ରତେକ ଦିନ ସକାଳ ସମୟରେ ପ୍ରବଳ ଘନ କୁହୁଡି ହେଉଥିବା ଲକ୍ଷ୍ୟ କରାଯାଉଛି. ପାରଳାଖେମୁଣ୍ଡି ସହର ଅଞ୍ଚଳରେ ଭୋର ସକାଳୁ ଆରମ୍ଭ କରି ସକାଳ 8 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ଯୋଗୁଁ କିଛି ଦେଖା ଯାଉନାହିଁ. ବିଭିନ୍ନ ଯାନ ବାହାନା ଏହି ଘନ କୁହୁଡି ଯୋଗୁଁ ରାତ୍ର ଭଳି ହେଡ଼ ଲାଇଟ ମାରି ଗାଡି ଚଳାଉଥିବା ଦେଖା ଦେଇଛି. ଗ୍ରାମାଞ୍ଚଳ ଗୁଡିକରେ ଭୋର ସକାଳୁ ଆରମ୍ଭ କରି ସକାଳ 9:30 ପର୍ଯ୍ୟନ୍ତ ଘନ କୁହୁଡି ଅଛନ୍ନ ହୋଇ ରହୁଛି. ବିଶେଷକରି ସକାଳ ସମୟରେ ଘନ କୁହୁଡି ଓ ପ୍ରବଳ ଶୀତ ଅନୁଭୂତ ହେଉଥିବା ଯୋଗୁଁ ଲୋକେ ଘରୁ ବାହାରକୁ ଆସୁନାହାନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ