ଗଜପତିରେ ଟେନ୍ସନ୍ ବଢି ଚାଲିଛି ଆଜି ପୁଣି୧୫ଜଣ ପଜିଟିଭ୍, ସଂଖ୍ୟା ଛୁଇଁଲା ୭୧୫ରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କରୋନା ସଂକ୍ରମଣ ଜନିତ ଟେନ୍ସନ୍ ଗଜପତି ଜିଲ୍ଲାରେ ଦିନକୁ ଦିନକୁ ଦିନ ବଢିଚାଲିଛି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୫ ଜଣକୁ ମିଶାଇ ସଂଖ୍ୟା ୭୧୫ରେ ପହଞ୍ଚିଛି । ଏହି ୧୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୩ ଓ ଗୁମ୍ମା ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବା ସୁଚନା ମିଳିଛି । ଏହି ୧୫ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ବୟସ ୨୨ରୁ ୬୯ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରି କହିଛନ୍ତି,ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତ ଜିଲ୍ଲାବାସୀ ସମ୍ପୁର୍ଣ୍ଣ ସଚେତନ ହୋଇ କରୋନାକୁ ପ୍ରତିହତ ପାଇଁ ପ୍ରଶାସନକୁ ସହେଯାଗ କରିବା ସହ ନିଜ ଘର ମଧ୍ୟରେ ସୁରକ୍ଷିତ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ।