ଗଜପତିରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ଓ ଠାକୁରଙ୍କ ଗଜାନନ ବେଶ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଠାକୁରଙ୍କ ସେବା ନୀତି ପରେ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ତିନି ଠାକୁରଙ୍କୁ ନିଆଗଲା ପରେ ଅଗ୍ରଜ ପୂଜା, ସୂର୍ଯ୍ୟ ପୂଜା,ଶିବ ପୂଜା ପରେ ସ୍ନାନ ବେଦୀକୁ ନିମନ୍ତ୍ରଣ ପରେ ଦକ୍ଷିଣ ଆଳତି ସପ୍ତଜଳ ସ୍ନାନ, ମଧୁର ଜଳ ସ୍ନାନ, ଚନ୍ଦନ ଲାଗି ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।ପ୍ରବଳ ଖରା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଜମି ଥିବର ଦେଖିବାକୁ ମିଳିଛି।କରୋନା କଟକଣା ଯୋଗୁଁ ବିଗତ 2 ବର୍ଷ ଧରି ସମସ୍ତ ଯାନୀ ଯାତ୍ରା ଭକ୍ତଙ୍କ ବିନା କେବଳ ନୀତି କାନ୍ତିରେ ସମାପନ ହୋଇ ଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁ ଙ୍କ ମନରେ ଅପୂର୍ବ ଆନନ୍ଦ ଦେଖା ଦେଇଛି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଓ ଗଜାନନ ବେଶ ଦେଖିବା ପାଇଁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି। ସେହିପରି  ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳିରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା ଗଜପତି ଜିଲ୍ଲାର ମୋହନା, ଚନ୍ଦ୍ରଗିରି, ଆର୍. ଉଦୟଗିରି, ରାମଗିରି, ନଳାଘାଟରେ । ସକାଳୁ ଠାକୁରଙ୍କ ନିତୀକାନ୍ତି ସରିବା ପରେ ଜଗନ୍ନାଥଙ୍କୁ ରତ୍ନ ବେଦୀରୁ ଆଣି ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ସ୍ନାନ ମଣ୍ଡପରେ ପଣ୍ଡିତ ଶିବଶଙ୍କର ପଣ୍ଡା, ପୂଜା ଅର୍ଚ୍ଚନା କରିବା ପରେ ଜଗନ୍ନାଥଙ୍କୁ ସ୍ନାନ କରାଯାଇଥିଲା । ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ କାଳିଆ ସାଆନ୍ତ । ଆର. ଉଦୟଗିରି ରେ ମଧ୍ଯ ପଣ୍ଡିତ ମିହିର ଦାଶ ଶର୍ମା ପୂଜା ଅର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ