ଗଜପତିରେ ପଞ୍ଚାୟତ ନିର୍ବାଚନ ପ୍ରକିୀୟା ଆରମ୍ଭ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଆଗାମୀ ଫେବୃଆରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଅବସରରେ କାଶୀନଗର ବ୍ଲକର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଉକ୍ତ ତାଲିକା ଅନୁଯାୟୀ ସମିତି ଅଧ୍ୟକ୍ଷ ପଦବୀ ଅନୂସୂଚିତ ଜାତି ମହିଳା ବର୍ଗ ସକାଶେ ସଂରକ୍ଷିତ । ସରପଞ୍ଚ ପଦବୀ ସକାଶେ ଅଲଡା, କିଡିଗାଁ, ଗୋରିବନ୍ଧା, ରାଣୀପେଣ୍ଠ, ହାଡୁଭାଙ୍ଗି ପଞ୍ଚାୟତର ଅଣ ସଂରକ୍ଷିତ ବର୍ଗ ପ୍ରାର୍ଥୀ ନିର୍ବାଚନ ଲଢି ପାରିବେ । ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ଖାରଡା, ବୁଦୁରା, ସିଆଳି, ସିଧାମଡଙ୍ଗ ପଞ୍ଚାୟତ ନିର୍ଦ୍ଧିଷ୍ଟ ହୋଇଥିବା ବେଳେ ଅନୁସୂଚିତ ଜାତି ପାଇଁ ଖାଣ୍ଡବା ଓ କେ.ସୀତାପୁର ପଞ୍ଚାୟତ ସଂରକ୍ଷିତ ରଖାଯାଇଛି । ସେହିପରି ସମିତି ସଭ୍ୟ ଭାବେ ନିର୍ବାଚନଲଢିବା ପାଇଁ କେ.ସୀତାପୁର, ସିଧାମଡଙ୍ଗ ପଞ୍ଚାୟତ ଅନୁସୂଚିତ ଜାତି ଅଲଡା, ଗୋରିବନ୍ଧା, ରାଣୀପେଣ୍ଠ, ହାଡୁଭାଙ୍ଗି ଅନୁସୂଚିତ ଜନଜାତି ଓ ଖାଣ୍ଡବା, ଖାରଡା, କିଡିଗାଁ ଅଣ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ସକାଶେ ସଂରକ୍ଷିତ ହୋଇଛି । ତେବେ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଜାଣିବା ପରେ ଉକ୍ତ ପଦବୀ ଲାଗି ଅଶାୟୀ ବହୁ ବ୍ଲକ୍‌ସ୍ତରୀୟ ନେତାଙ୍କ ମଧ୍ୟରେ ନିରାଶର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ