ଗଜପତିରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ସୂଚନା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଜିଲ୍ଲାର ସାତୋଟି ବ୍ଲକରେ ୧୪୯ଟି ପଞ୍ଚାୟତ ଓ ୧୪ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୫ ଲକ୍ଷ ୧୯ ହଜାର ୯୯୯ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଆଜି ବୁଧବାର ଦିନ ଗଜପତି ଜିଲ୍ଲାରେ ସମୁଦାୟ ୱାର୍ଡ ମେମ୍ବର ସକାଶେ-୫୫୮, ସରପଞ୍ଚ-୨୦୯, ସମିତି ମେମ୍ବର-୧୪୭ ଓ ଜିଲ୍ଲାପରିଷଦ ସଭ୍ୟସକାଶେ ୬ ଜଣ ପାର୍ଥୀପତ୍ର ପ୍ରଦାନ କରିଛନ୍ତି । ସମିଦାୟ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ତିନିଦିନ ରେ ୱାର୍ଡମେମ୍ବର-୯୧୨ , ସରପଞ୍ଚ-୩୨୪, ପଞ୍ଚୟାତ ସମିତି ମେମ୍ବର-୨୩୧ ଓ ଜିଲ୍ଲାପରିଷଦ ସଭ୍ୟପାଇଁ ୬ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ