ଗଜପତିରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂଖ୍ୟା ଛୁଇଁଲା ୪୬୦
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନାର ସ୍ଥିତି ସଙ୍ଗୀନ ହେବା ସହ କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଜଣକୁ ମିଶାଇ ସଂଖ୍ୟା ୪୬୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଜଣକ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ସ୍ୱାବ ପରୀକ୍ଷଣରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଜଣକ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୁଚନା ମିଳିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ ଇସ୍ତହାର ମାଧ୍ୟମରେ ଏହି ସୁଚନା ପ୍ରଦାନ କରି ସମଗ୍ର ଜିଲ୍ଲାବାସୀଙ୍କୁ ଏ ନେଇ ସମ୍ପୁର୍ଣ୍ଣ ସଚେତନ ରହି ସାମାଜିକ ଦୁରତା ଓ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


