ଗଜପତିରେ ପୁଣି ୧୦ କରୋନା ରୋଗୀ ଚିହ୍ନଟ, ଜିଲ୍ଲାରେ ହାଇ ଆଲାର୍ଟ ଜାରି କଲେ ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ; ଗଜପତି ଜିଲ୍ଲାରେ ପୁଣି ୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆଜି ୨୦ରେ ପହଞ୍ଚିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ବର୍ତ୍ତମାନ ଗଜପତିରେ ୨୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଗଜପତି ଜିଲ୍ଲାରେ ପ୍ରଶାସନ ତରଫରୁ ହାଇ ଆଲାର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସମସ୍ତେ ମହାରଷ୍ଟ୍ର ଫେରନ୍ତା ଗଜପତି ଜିଲ୍ଲାର ପ୍ରବାସୀ ଅଟନ୍ତି । ଏମାନେ ଗତ ୧୮,୧୯ ଓ ୨୦ତାରିଖ ଦିନ ମହାରାଷ୍ଟ୍ରରୁ ଗଜପତି ଫେରିଥିଲେ । ଏମାନଙ୍କୁ ଏକ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ନୁତନ ଭାବେ ୧୦ଜଣ ପଜିଟିଭ୍ ପୁଣି ଚିହ୍ନଟ ହୋଇଛନ୍ତି । ଜଣେ ମହିଳାଙ୍କ ସମେତ ୧୦ଜଣ ଏଥିରେ ଅଛନ୍ତି । ମହିଳାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୯ରୁ ୩୧ ବର୍ଷ । ଏହି ୧୦ଜଣଙ୍କୁ ଗଜପତିର ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍‌ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହେଯାଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ