ଗଜପତିରେ ଫେଲ ମାରିଛି ବଳରାମ ଯୋଜନା….

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କେତବେଳେ କାଳିଆ ତ କେତେବେଳେ ବଳରାମ କିନ୍ତୁ ବାସ୍ତବରେ ଏହି ଯୋଜନା ଦ୍ୱାରା ଚାଷି ଉପକୃତ ହେଉଛନ୍ତି ନା ଯୋଜନା ଚାଷିଙ୍କ ନିକଟକୁ ପହଁଚୁଛି ରାଜ୍ୟ ସରକାର କି ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ଯାହା ଫଳରେ ଉକ୍ତ ବିଭାଗର କତୃପକ୍ଷଙ୍କ ମନମାନି ବଢିବା ସହ ରାଜ୍ୟ ସରକାର କରିଥିବା ଯୋଜନା ସଫଳ ରୁପାୟନ ହୋଇପାରୁନାହିଁ ଯାହାଫଳରେ ଆମ ରାଜ୍ୟର ଚାଷି ଳାଭବାନ ହୋଇପାରୁନାହିଁ ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଗରିବ ଭାଗଚାଷି ଓ ଭୁମିହୀନ ଚାଷିଙ୍କ ପାଇଁ ରାଜ୍ୟ ସରକାର “ବଳରାମ” ଯୋଜନା କରିଛନ୍ତି କିନ୍ତୁ ବାସ୍ତବରେ ବଳରାମ ଯୋଜନାରେ ଗରିବ ଚାଷିମାନେ ଳାଭବାନ ହୋଇପାରୁନଥିବା ମୁଖ୍ୟ କାରଣ କୃଷି ବିଭାଗ ଓ ବ୍ୟାଙ୍କ ମାନଙ୍କର ସମନ୍ୱୟ ଅଭାବରୁ ଗଜପତି ଜିଲ୍ଲାରେ ଫେଲ ମାରିଛି ବଳରାମ ଯୋଜନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ