ଗଜପତିରେ ବଜ୍ର ମହାକାଳୀ ବ୍ରତ ଓ ପୁଲେରୀ ଓଷା ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାରେ ଥିବା ମୋଟ 7 ଗୋଟି ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ଼, ନୂଆଗଡ, ଆର. ଉଦୟଗିରି ଓ ମୋହନା ଆଦି ବ୍ଲକରେ ଆଜି ବଜ୍ର ମହାକାଳୀଙ୍କ ବ୍ରତ ଓ ପୁଲେରୀ ଓଷାକୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଛି. ବିଶେଷକରି ମହିଳାମାନେ ଏହି ବ୍ରତ ଓ ଓଷାକୁ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହି ନିଜ ନିଜ ଘରେ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି. ନିଜ ପରିବାର ସମେତ ସମାଜର ମଙ୍ଗଳ କାମନା କରି ମହିଳା ତଥା ଗୃହିଣୀମାନେ ମା ବଜ୍ର ମହାକାଳୀଙ୍କ ବ୍ରତ ଓ ପୁଲେରୀ ଓଷାକୁ ଅତ୍ୟନ୍ତ ଭକ୍ତିପୂତ ଓ ନିଷ୍ଠାରେ ପାଳନ କରିଥାନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ