ଗଜପତିରେ ବଢିଚାଲିଛି କରୋନା ସଂକ୍ରମଣ;ଆଜି ପୁଣି ୪୨ ପଜିଟିଭ୍

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ବର୍ତ୍ତମାନ ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୨ଜଣକୁ ମିଶାଇ ସଂଖ୍ୟା ୨୩୯୮ରେ ପହଞ୍ଚିଛି । ଆଜିର ଏହି ୪୨ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୨ଜଣ,ଆର.ଉଦୟଗିରି ବ୍ଲକରୁ ୬ଜଣ,ଗୋଷାଣୀ ବ୍ଲକରୁ ୧୨ଜଣ,ଗୁମ୍ମା ବ୍ଲକରୁ ୩ଜଣ,ନୁଆଗଡ ବ୍ଲକରୁ ୬ଜଣ,ରାୟଗଡ ବ୍ଲକରୁ ୩ଜଣ ବୋଲି ଜଣାପଡିଛି । ଏଥି ମଧ୍ୟରୁ କରୋନା ଯୋଦ୍ଧା ୨ଜଣ, ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୨୭ଜ.ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୧୧ଜଣ ଓ ଜିଲ୍ଲା ବାହାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ କୋଭିଡ୍‌-୧୯ ନିୟମ ସତର୍କତା ସହ ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ