ଗଜପତିରେ ବଢିଚାଲିଛି କରୋନା ସଂକ୍ରମଣ ;ଆଜି ୪୬ଜଣ ପଜିଟିଭ୍ ସହ ସଂଖ୍ୟା୨୮୦୯ରେ ପହଞ୍ଚିଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)-ଗଜପତିରେ କରୋନା ସଂକ୍ରମଣ ବଢିଚାଲିଛି । ଆଜି ୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୬ଜଣକୁ ମିଶାଇ ସଂଖ୍ୟା ୨୮୦୯ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୪୬ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୧୨ଜଣ, ଗୁମ୍ମା ବ୍ଲକରୁ ୩ଜଣ,କାଶୀନଗର ବ୍ଲକରୁ ୬ଜଣ,ମୋହନା ବ୍ଲକରୁ ୧୬ଜଣ,ଗୋଷାଣୀ ବ୍ଲକରୁ ୮ଜଣ,ରାୟଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୧୭ଜଣ,ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ୨୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦିଆଯାଇଛି ।