ଗଜପତିରେ ବର୍ଷର ଶେଷ ଲୋକ ଅଦାଲତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ଚତୁର୍ଥ ତଥା ଶେଷ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୈରା ଜଜ୍ ସତ୍ୟପୀର ମିଶ୍ର ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଧିକରଣ ସଚିବ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଆୟୋଜିତ ଏହି ରଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧିନ ଥିବା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ପଣ୍ଡା, ସବ ଜଜ୍ ଚନ୍ଦ୍ରହାଶ ବେହେରା, କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ (ମହିଳା ବିଭାଗ) ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଓ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରୀ ଅରିଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଭାବେ ଆର୍‌.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବ ଜଜ୍ ବିକ୍ଟେଶର ବିଶ୍ୱ ପ୍ରକାଶ ରାୟ, ପ୍ରଥମ ଶ୍ରେଣୀ ବାଚାର ବିଭାଗୀୟ ଅଧିକାରୀ ପାରଶ ପାଢୀ, ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଅନନ୍ୟା ଦାଶ ଓ କାଶୀନଗର ଗ୍ରାମ୍ୟ ନ୍ୟାୟଳୟର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ରେଶମା ଧଳ ବିଶୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ଆୟୋଜିତ ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ରାମନାଥ ମିଶ୍ରଙ୍କ ସମେତ ସମସ୍ତ ବରିଷ୍ଠ ଆଇନଜୀବୀ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମାରେ ସହଯୋଗ ପ୍ରଦାନ କରିଥିଲେ । ଏହି ଲୋକ ଅଦାଲତରେ ସମୁଦାୟ ୫୨୭ଟି କେସକୁ ବିଚାରକୁ ନିଆଯାଇ ୧୩୪ଟି ମାମଲାର ତ୍ୱରିତ ସମାଧାନ କରାଯାଇ ୩୬ଲକ୍ଷ ୫୯ହଜାର ୨୫୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିପରି ଭାବେ ଜିଲ୍ଲା ଓ ଦୌରା ଜଜ୍ ତଥା ମୋଟର ଜନିତ ଦୁର୍ଘଟଣା କୋର୍ଟର ମୁଖ୍ୟ ବିଚାରପତି ସତ୍ୟପୀର ମିଶ୍ର ୮ଟି ମୋଟର ଜନିତ ଦୁର୍ଘଟଣା କେସର ତ୍ୱରିତ ସମାଧାନ କରି ୫ଟି କେସ ବାବଦକୁ ୨୫ଲକ୍ଷ ୬୦ହଜାର ଟଙ୍କାର କ୍ଷତିପୂରଣ ପାଇଁ ଇନ୍ସୁରାନ୍ସ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ବ୍ୟାଙ୍କ ମାନେ ଉପସ୍ଥିତ ରହି ୧୪୮ଟି କେସରୁ ୨୯ଟିର ସମାଧାନ କରି ୩ଲକ୍ଷ ୩୮ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ଏହି ଲୋକ ଅଦାଲତକୁ ପ୍ରାଧିକରର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ