ଗଜପତିରେ ବିଜେଡିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦକାଶୀନଗରରେ ଶନିବାର ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଆର ଚଳପତିଙ୍କ ନେତୃତ୍ବରେ ୧, ୨ ଓ ୩ ନମ୍ବର ୱାର୍ଡରେ ଏହି କାର୍ଯ୍ୟକ୍ରମ ହୋଇଥଲା।ନଗର ଯୁବ ସଭାପତି ରାଜେଶ୍ ମିଶାଲ, ଯୁବ ନେତା ଏମ ପ୍ରବୀଣ କୁମାର, ଏନ୍ଏସି ଉପାଧ୍ଯକ୍ଷ ରଘୁରାମ ସାହୁ, କାଉନସିଲର ଶୀର୍ଲା ଝାନ୍ତି, ଶୀର୍ଲା ଉର୍ବଶୀ ଓ କେ ଜିବରତ୍ନମ, ବିଜୁ ଜନତା ଦଳର ବହୁ କର୍ମୀ, ଯୁବ ଗୋଷ୍ଠୀ ଓ ବହୁ ସ୍ଥାନୀୟ ଲୋକ ଯୋଗଦେଇ ୩ଟି ୱାର୍ଡର ପ୍ରତ୍ୟେକ ଘରେ ଶଙ୍ଖ ଚିହ୍ନ ଲଗାଇଥିଲେ। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଦଳୀୟ ଳୀୟ ନେତା ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମ ଆଗାମୀ ଦିନରେ ଥିବା ଅନ୍ୟ ୧୦ଟି ୱାର୍ଡରେ କରାଯିବ ବୋଲି ନଗର ଯୁବ ସଭାପତି ଶ୍ରୀ ମିଶାଲ କହିଛନ୍ତି । ନ୍ତି | ସମସ୍ତ ଘରେ ସରକାର ରଙ୍କ ଯୋଜନା ଯେପରି ପହଞ୍ଚିବ ଓ ହିତାଧୂକାରୀ ଯେପରି ଯୋଜନାର ସୁଫଳ ପାଇପାରିବେ ସେଥିପାଇଁ ସରକାରଙ୍କ ଏହି ପ୍ରୟାସ | ଘରେ ଘରେ ଶଙ୍ଖ ଶଙ୍ଖ କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କୁ ସଚେତନ କରାଯା କରାଯାଉଛି ବୋଲି ଯୁବ ନେତା ପ୍ରବୀଣ କୁମାର କହିଛନ୍ତି ।