ଗଜପତିରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖରସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୪ତମ ପ୍ରତିଷ୍ଠା ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରି ନବୀନ ସରକାରଙ୍କ ସୁଶାସନ ସମ୍ପର୍କରେ ସଚେତନ କରିବା ସହ ନବୀନ ବାବୁଙ୍କ ଆଦର୍ଶରେ ପତ୍ୟେକ ନେତା ଓ କର୍ମୀ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ ।ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ୨୪ତମ ପ୍ରତିଷ୍ଠା ଦିବସ ସମାବେଶରେ ପାରଳା ଯୁବରାଣୀ କଲ୍ୟାଣୀ ଗଜପତି, ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍‌.ଲିଂଗରାଜ,ବରିଷ୍ଠ ନେତା ବସନ୍ତ ଦାସ,ରାମନାଥ ମିଶ୍ର,ଲକ୍ଷୀ୍ମକାନ୍ତ ପରିଚ୍ଛା,ପ୍ରଶାନ୍ତ ପାତ୍ର ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଯୋଗଦେଇ ଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରୋଗୀମାନଙ୍କୁ ଓ ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଫଳ ବିସ୍କୁଟ ଆଦି ପ୍ରଦାନ କରା ଯାଇଥିଲା । ପାରଳା ସହରର ନବଜୀବନ ଅଶ୍ରମର ଅନ୍ତେବାସୀମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ