ଗଜପତିରେ ବିଜେପିର ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କ କ।ର୍ଯ୍ୟ।ଳୟ ଘେରାଉ

ପାରଳାଖେମୁଣ୍ଡି-ତାରୀଣୀ ପ୍ରସାଦ ପଣ୍ଡା -ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଚାଷିଙ୍କ ଧାନ କ୍ରୟ ଓ ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀଙ୍କ ନିର୍ଦୟ ଭାବେ ଫାଇନ ଆଦାୟ ବୃଦ୍ଧୀକୁ ନେଇ ଜିଲ୍ଲାପାଳଙ୍କ କ।ର୍ୟ୍ୟ।ଳୟ ଘେରଉ ବିକ୍ଷୋଭ ପ୍ରର୍ଦଶିତ ହୋଇଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ଚାଷି ମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର‌୍ୟ୍ୟା ଳୟ ଘେରଉ କରିଥିଲେ । ତେବେ ଶୋଭାଯାତ୍ରାରେ ବିଜେପି ଦଳ ସଗଡ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଶୋଭାଯାତ୍ରାରେ ଆସିଥିବା କିଛି ଚାଷି ନିଜ ସହ ଆଣିଥିବା ପୋକମରା ଔଷଧ ଖାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ବନ୍ଦ କରାଇଥିଲା । ପରେ ଜିଲ୍ଲାପାଳଙ୍କୁ ପୂର୍ବରୁ ୧୦ଦିନ ମହୁଲତ ଦେବା ପରେ ମଧ୍ୟ କୌଣସି କାର‌୍ୟ୍ୟା ନୁଷ୍ଠାନ ନହେବାରୁ ଏବଂ ଘେରାଉସ୍ଥଳକୁ ନଆସିବାରୁ ଜିଲ୍ଲାପାଳ କାର‌୍ୟ୍ୟା ଳୟର ସମସ୍ତ ଫାଟକ ଠେଲିପେଲି ତ କିଏ ତ କିଏ ଫାଟକ ଉପରପଟୁ ଲମ୍ପ ଦେଇ ଧସେଇ ପସିଥିଲେ ଜିଲ୍ଲାପାଳଙ୍କ କ।ର୍ୟ୍ୟ।ଳୟକୁ । ତେବେ ଅନେକ ସମୟ ଧରି ପୋଲିସ ଓ ବିଜେପି କର୍ମିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଜାରୀ ରହିଥିଲା ପରେ ଅତିରିକ୍ତ ଜିଲ୍ଲାପାଳ ଆସି ବୁଝାସୁଝା କରିଥିଲେ । ତଥାପି ଚାଷିଙ୍କ ସମସ୍ତ ଧାନ ଟୋକେନ ଥାଉକି ନଥାଉ ଜିଲ୍ଲାପ୍ରଶାସନ ତୁରନ୍‌ତ କ୍ରୟ କରିବା ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ମାର୍ଚ୍ଚ ୧ତାରିଖି ଯାଏଁ ଦିଆଯାଇଥିବା ଯାନଗୁଡିକର ସମସ୍ତ ଦସ୍ତାବେଜ ସଠିକ ମହୁଲତ ମାନିବା ଓ ନିରୀହ ଜନତାଙ୍କୁ ହଜାରହଜାର ଜୋରୀମାନା ନପକାଇବାକୁ ଦାବୀ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନଚେତ ଆଗାମୀ ଦିନରେ ଏହାଠାରୁ ଅଧିକ ହିସାଂତ୍ମକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ସହ ଗଜପତି ଜିଲ୍ଲାପାଳ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ବିଦାୟ ନକରି ନିଜ ଛତ୍ରଛାୟା ତଳେ ରଖିଥିବାରୁ ବିଭିନ୍ନ ଦୁର୍ନିତୀରେ ଜିଲ୍ଲାପାଳଙ୍କ ମଧ୍ୟ ଅସଂ ରହିଛି ବୋଲି କଟୁକଥା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ