ଗଜପତିରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ଅଟେ. ଏହି ଅବସରରେ ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ୱ ଆତ୍ମହତ୍ୟା ଦିବସ ପାଳନ କରାଯାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ୟେଶରେ ରାଲି ଗୁରାଣ୍ଡି ଗ୍ରାମ ପରିକ୍ରମା କରିଥିଲା. ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପତିତପାବନ ସାହୁ, ଡାକ୍ତର ଅନ୍ତର୍ଜାମୀ ସାହୁ, ପିଏଚଇଓ ମମତା ପାଢୀଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଗୁରାଣ୍ଡି ଗ୍ରାମବାସୀ ଓ ଉତ୍ସାହୀ ଯୁବକମାନଙ୍କ ଦ୍ୱାରା ଏହି ସଚେତନ ରାଲି ଗୁରାଣ୍ଡି ଗ୍ରାମ ସାରା ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେଯେ ବହୁ ମୂଲ୍ୟବାନ ଜୀବନକୁ ଆତ୍ମହତ୍ୟା କରିବା ଦ୍ୱାରା ସେମାନଙ୍କ ପରିବାରବର୍ଗ ଘୋର ବିପଦର ସମ୍ମୁଖୀନ ହୁଅନ୍ତି. ତେଣୁ ପ୍ରତ୍ୟେକ ବ୍ୟକ୍ତି ଆତ୍ମହତ୍ୟା ଭଳି ହୀନ ଉଦ୍ୟମରୁ ନିବୃତ୍ତ ରହିବା ସହ ନିଜ ପରିବାରବର୍ଗଙ୍କ ସହ ଦୁଃଖସୁଖରେ ସାମିଲ ହେବା ସହ ସମାଜର ସେବାରେ ନିଜକୁ ନିୟୋଜିତ କରନ୍ତୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ