ଗଜପତିରେ ବେଡବିଣ୍ଟେନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ଗଜପତି ଜିଲ୍ଲାରାୟଗଡ ବ୍ଲକଅନ୍ତର୍ଗତ ପଦ୍ମପୁର ଠାରେ ଆଜି ସନ୍ଦ୍ୟା ରେ ବେଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି I ଉକ୍ତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼, କରଡ଼ାସିଙ୍ଗି ସରପଞ୍ଚ ପ୍ରତିମା ବିଶ୍ୱାଳ, ହରିହର ବିଶ୍ୱାଳ ପ୍ରମୁଖ ଯୋଗଦେଇ ରିବନ କାଟି କାର୍ଯ୍ୟକ୍ରମ ଆରମ୍ଭ ଥିଲେ I ଲୁକାୟିତ କ୍ରୀଡ଼ାବିତକୁ ଲୋକଲୋଚନକୁ ଆଣିବା ସକାଶେଏହିପରି ଟୁର୍ଣ୍ଣାମେଣ୍ଟ ର ଆବଶ୍ୟକ ରହିଥିବା ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ I ଟୁର୍ଣ୍ଣାମେଣ୍ଟର ଉଦଘାଟନ ପରେ ସହୀଦ ଯବାନ ପର୍ଶୁରାମ ଶବର ଙ୍କ ଉଦ୍ୟେଶ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା I ଟୁର୍ଣ୍ଣାମେଣ୍ଟ ରେ ୪୮ଟି ଟିମ ଭାଗ ନେଇଥିବା ବେଳେ ଚାରି ଦିନ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଟୁର୍ଣ୍ଣାମେଣ୍ଟ ର ସଭାପତି ସେନାପତି ଶବର ପ୍ରକାଶ କରିଛନ୍ତି. ରେଫେରୀ ଭାବେ ପ୍ରଦୀପ ସାମଲ, କମେଂଟେରୀ ଭାବେ କାଳୀ ପ୍ରସାଦ ଶବର ଯୋଗଦେଇ ପରିଚାଳନା କରିଥିଲେ I