ଗଜପତିରେ ସଡକ ସୁରକ୍ଷା ସଚେତନ ପାଇଁ ଆର୍ଟିଓଙ୍କ ସାଇକେଲ୍ ର୍ୟାଲି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏକ ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ସଂଗ୍ରାମ ଶେଖର ପଣ୍ଡା ଏହାକୁ ଉଦ୍ଘାଟନ କରିଥିଲେ । ଜନସାଧାରଣଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିବା ପାଇଁ ଆର୍ଟିଓ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଏହି ସାଇକେଲ ର୍ୟାଲି ପାରଳାଖେମୁଣ୍ଡି ରାଜପ୍ରସାଦ ସମ୍ମୁଖରୁ ବାହାରି ପାରଳା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଥିଲା ।


