ଗଜପତିରେ ସଡକ ସୁରକ୍ଷା ସପ୍ତାହ ଶୁଭାରମ୍ଭ ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ସଡକ ସୁରକ୍ଷା ସପ୍ତାହର ଶୁଭ ଉଦ୍ଘାଟନ ହୋଇଯାଇଛି । ଜିଲ୍ଲାପାଳଙ୍କ ବାସଭବନ ପରିସରରେ ୩୨ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ଜିଲ୍ଲାପାଳଙ୍କ ଦାୟୀତ୍ୱରେ ଥିବା ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରା ଅତିଥିମାନେ ସବୁଜ ପତାକା ଦେଖାଇ ସଡକ ସୁରକ୍ଷା ସପ୍ତାହର ସଚେତନ ଅଭିଯାନର ଶୁଭାରମ୍ଭ କରିଥିଲେ । ଡାକବାଜି ଯନ୍ତ୍ର ଖଚିତ ଏହି ସଚେତନରଥ ଜିଲ୍ଲାପାଳଙ୍କ ବାସଭବନରୁ ବାହାରି ସହର ପରିକ୍ରମା କରି ସମଗ୍ର ଜିଲ୍ଲାର ୭ଗୋଟି ବ୍ଲକରେ ପରିକ୍ରମା କରି ସାଧାରଣଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିବ । ଏଥି ସହ ସଚେତନତା ମୂଳକ ପୋଷ୍ଟର ଓ ପ୍ରଚାରପତ୍ର ସହ ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବା ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହି ସଚେତନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୋଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ ।