ଗଜପତିରେ ସାବିତ୍ରୀ ବ୍ରତ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ଗୁମ୍ଭା, କାଶୀନଗର, ଗୋଷାଣୀ, ରାୟଗଡ଼, ନୂଆଗଡ଼, ଆର୍. ଉଦୟଗିରି ଓ ମୋହନାରେ ସାବିତ୍ରୀ ବ୍ରତ ଆଜି ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି । ସାବିତ୍ରୀ ବ୍ରତ ପାଇଁ ଆଜି ଭୋର ସକାଳୁ ମହିଳାମାନେ ସ୍ନାନ ଶୌଚ ସାରି ବିଭିନ୍ନ ନୂତନ ବସ୍ତ୍ର ପରିଧାନ କରି ଆମ୍ବ, ସପୁରୀ, ନଡିଆ, କଦଳୀ ଆଦି ବିଭିନ୍ନ କିସମର ଫଳ ଓ ପୁଷ୍ପ ଧରି ବିଭିନ୍ନ ମନ୍ଦିରକୁ ଯାଇ ସାବିତ୍ରୀକ ବ୍ରତି ପୂଜା କରିଥିବା ଦେଖିବାକୁ ମିଳିଛି । ଅନେକାଂଶରେ ବହୁ ମହଳି । ନିଜନଜି ଘରେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି । ମହିଳାମାନେ ନିଜ ସ୍ୱାମୀଙ୍କୁ ପୂଜା କରିବା ସହ ସର୍ବ ମଙ୍ଗଳା କାମନା କରି ଆଜିର ସାବିତ୍ରୀ ବ୍ରତରେ ଉପବାସ ରହି ବ୍ରତ ପାଳନ କରିଥାନ୍ତି ।