ଗଜପତିରେ ୫ଗୋଟି ହାଇସ୍କୁଲ ସ୍ମାର୍ଟରେ ରୂପାନ୍ତିକରଣ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସମଗ୍ର ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତିକରଣ କାର୍ଯ୍ୟକ୍ରମ । ନୂଆ ରୂପରେ ଝଲସି ଉଠୁଛି ବିଭିନ୍ନ ବିଦ୍ୟାଳୟ । ଗଜପତି ଜିଲ୍ଲାର ୬୦ଗୋଟି ହାଇସ୍କୁଲକୁ ୫ଟି ରୂପାନ୍ତିକରଣ ମାଧ୍ୟମରେ ନୂଆ ରୂପ ରେଖ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏଭଳି ଅଭୁତ ପୂର୍ବ ପଦକ୍ଷେପ ଘୋଷଣାକୁ ଅପେକ୍ଷା କରିଥିଲେ ଗଜପତିବାସୀ । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ପ୍ରତିକ୍ଷା ଜାରି ରହିଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ଜିଲ୍ଲାର ୫ଗୋଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନ୍‌ଫେରନ୍ସ ଜରିଆରେ ଉଦ୍‌ଘାଟନ ତଥା ଲୋକାର୍ପିତ କରିଛନ୍ତି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଯଥା ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ, ଗୁମ୍ମା ଠାରେ ଥିବା ସରକାରୀ ଉଚ୍ଚ ବିଦଦ୍ୟାଳୟ, ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଆଦିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ୫ଟିରେ ରୂପାନ୍ତିକରଣ ହୋଇଥିବା ବିଦ୍ୟାଳୟ ଗୁଡିକ ବର୍ତ୍ତମାନ ଉଚ୍ଚ ଶିକ୍ଷାକେନ୍ଦ୍ରର ଆକର୍ଷଣୀୟ କେନ୍ଦ୍ର ପାଲଟିବ । ଦିନେ ଯେଉଁ ଶ୍ରୀ ଗୃହରେ ପୁରୁଣା ବେଞ୍ଚ ଡେସ୍କ ପଡିଥିଲା, କଲାପଟାରେ ଚକଖଡିର ବ୍ୟବହାର କରି ଶିକ୍ଷକ ଶିକ୍ଷୟତ୍ରୀମାନେ ପାଠ ପଢଉଥିଲେ ଆଜି ସେହି ସ୍ଥନରେ ସୁନ୍ଦର ଓ ଆକର୍ଷଣୀୟ ହୋଇଯାଇଛି । ଏବେ ଶିକ୍ଷକ କଳା ପଟ୍ଟା ନୂହେଁ ବରଂ ସ୍ମାର୍ଟ ବୋର୍ଡରେ ପାଠ ପଢାଇବେ । ଏହାସାଙ୍ଗକୁ ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡିଆ ସାଙ୍ଗକୁ ମନୋରୋମ ବଗିଚା ପିଲାଙ୍କୁ ଅତି ଆକର୍ଷିତ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷାର ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ରୂପାନ୍ତିକରଣର ପ୍ରଥମ ପାହାଚ । ଏଥି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ୫ଟି ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ