ଗଜପତିରେ ୬୦ତମ ସହିଦ ଦିବସ ପାଳିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପୋଲିସ ତରଫରୁ ଆଜି ପାରଳାଖେମୁଣ୍ଡି ଠାରେ ୬୦ତମ ସହୀଦ ଦିବସ ପାଳିତ ହୋଇଯାଇଛି । ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଏସପି ସାରା ଶର୍ମା ସହୀଦମାନଙ୍କୁ ଉଦ୍ଦେଶରେ ପୁଷ୍ପଗୁଛ ପ୍ରଦାନ କରି ସହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ । ଅମର ପୋଲିସ ସହୀଦମାନଙ୍କ ତ୍ୟାଗ ଆଦର୍ଶରେ ପ୍ରତ୍ୟେକ ପୋଲିସ କର୍ମଚାରୀ ନିଜକୁ ଅନୁସରଣ କରି ସମାଜ ଓ ଦେଶର ସେବା କରନ୍ତୁ ବୋଲି ଏସପି ସାରା ଶର୍ମା ପୋଲିସ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସହୀଦମାନଙ୍କ ଉଦ୍ଦେଶରେ ପୋଲିସ ପ୍ୟାରେଡ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସୀତାରାମ ଶତପଥୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳା ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ବହୁ ଅବସର ଗ୍ରହଣ କରିଥିବା ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ