ଗଜପତିର କିଶୋର ରଥ ୩ଟି ସ୍ୱର୍ଣ୍ଣ ପଦକ ଲାଭ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଶ୍ରୀଲଂକାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ମାଷ୍ଟର୍ସ ଖେଳକୁଦ ପ୍ରତିଯୋଗୀତାରେ ଗଜପତିର ଗୌରବ କିଶୋର ଚନ୍ଦ୍ର ରଥ ଭାଗ ନେଇଥିଲେ। ସେ ୧୦୦ ମିଟର ଦୌଡ଼, ଲଂଗଜମ୍ପ ଏବଂ ଟ୍ରିପଲଜଂପରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଗଜପତି ଜିଲ୍ଲା ତଥା ଓଡିଶା ପାଇଁ ଆଣିଥିବା ବିରଳ କ୍ରୁତିତ୍ୱ ପାଇଁ ସେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍.ଡବ୍ଲ୍ୟୁ. ଡବ୍ଲ୍ୟୁ.ଏସ୍.ର ସଭାପତି ଡ.ଡି. ଜଗନ୍ନାଥ ରାଜୁଂକ ସହାୟତା ଉଲ୍ଲେଖନୀୟ।ତାଙ୍କର ସହଯୋଗରେ ସେ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାପାଇଁ ପ୍ରେରଣା ପାଇଥିଲେ।ଏହି ବିରଳ କ୍ରୁତିତ୍ୱ ପାଇଁ ଦେବେନ୍ଦ୍ର ଦାସ,ଭାରତଭୂଷଣ ମହାନ୍ତି,ଳକ୍ଷ୍ମୀ ବରାଡ,ଦୀପକ ମହାନ୍ତି ତଥା ବରିଷ୍ଠ ସାମ୍ୱାଦିକ ଭାଗବତ ପାଢୀ,ତାରିଣୀ ପ୍ରସାଦ ପଣ୍ଡା, ଗରୁଡଧ୍ୱଜ ଚୌଧୁରୀ,ଗଣେଷ କୁମାର ରାଜୁ ଶୁଭେଚ୍ଛା ଜଣାଇଛନ୍ତି। ୬୦ରୁ ଉର୍ଦ୍ଧ୍ୱ ବୟସରେ ମଧ୍ୟ ସେ ନିୟମିତ ବ୍ୟାୟାମ ଜାରି ରଖିଛନ୍ତି। ତତ୍ ସଂଗେସଂଗେ ଯୁବଗୋଷ୍ଠୀ ମାନଂକୁ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ପ୍ରତିଦିନ ଶାରିରୀକ ଶିକ୍ଷା ଦେଉଛନ୍ତି।ସେ କହନ୍ତି,”ନିଜ ଶରୀର ସୁସ୍ଥ ରଖିବାକୁ ନିୟମିତ ବ୍ୟାୟାମ ଜରୁରୀ ଯେଉଁଠି ବୟସ ହାର ମାନେ”।


