ଗଜପତିର ଗର୍ବ ଗୌରବ ଗୁରୁ ରଘୁନାଥ ପାତ୍ର : ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର-୨୦୨୦ ପାଇଁ ମନୋନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଗର୍ବ ଗୌରବ ସଂଗୀତ ଗୁରୁ ରଘୁନାଥ ପାତ୍ର ୨୦୨୦ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାର ଜଣାପଡିଛି । ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ତାଙ୍କରି ବିଶେଷ ଅବଦାନ ସକାଶେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, କ୍ରିଏଟିଭ୍ ଆର୍ଟସର ସାଧାରଣ ସମ୍ପାଦକ ମନୋଜ କୁମାର ପାଢୀ (ମୁନ୍ନା), ଆଦର୍ଶ ଦାସ, କଂଗ୍ରେସ ନେତା ବସନ୍ତ ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭଳି ଜଣେ ଓଡିଶୀ ସଙ୍ଗତଜ୍ଞଙ୍କୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ବିଭାଗକୁ ସାଧୁବାଦ ଜଣାଇଛନ୍ତି । ଏନେଇ ଗୁରୁ ରଘୁନାଥ ପାତ୍ର କହିଛନ୍ତି ଯେ, ମୋ ଜନ୍ମମାଟି ପାରଳା ତଥା ଗଜପତି ଜିଲ୍ଲା ବିଶେଷ କରି ଦକ୍ଷିଣ ଓଡିଶାର ଭାଇ ଭଉଣୀଙ୍କ ସ୍ନେହ ଶ୍ରଦ୍ଧା ଓ ସମସ୍ତ ସହଯୋଗ ଯୋଗୁଁ ମୁଁ ଆଜି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ପୁରସ୍କାର ସମସ୍ତ ସମ୍ମାନ ଓ ଗୌରବ ଅଞ୍ଚଳବାସୀଙ୍କ ପାଇଁ ମୁଁ ଉତ୍ସର୍ଗ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ