ଯୁବ ସମାଜ ସେବୀ ତଥା ଦକ୍ଷ ସଂଗଠକଙ୍କୁ ମିଳିଲା ମଦର ତେରେସା ସେବା ସମ୍ମାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଯୁବ ସମାଜ ସେବୀ ତଥା ଦକ୍ଷ ସଂଗଠକ ପ୍ରଫୁଲ୍ଲ କୁମାର ମଳିକଙ୍କୁ ମଦର ତେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ଯୁବ ସମାଜ ସେବୀ ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ବୋତଲମେଣ୍ତିଏଲ୍ ପଞ୍ଚାୟତର ରାବାଗୁଡା ଗ୍ରାମର ପ୍ରଫୁଲ୍ଲ କୁମାର ମଳିକ । ଆଦିବାସୀ ଗରିବ ପରିବାରରୁ ଜନ୍ମ ନେଇ ତାଙ୍କର ଯୁବା ସମୟ ଠାରୁ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ନିଜକୁ ଉତ୍ସର୍ଗ କରିଛନ୍ତି । ସେ ଜଣେ ଦକ୍ଷ, ସାହାସୀ ଓ ପରୋପକାରୀ ବ୍ୟକ୍ତି ଅଟନ୍ତି l ସେ ସଦାସର୍ବଦା ଅଞ୍ଚଳ ବାସୀଙ୍କ ଠାରୁ ବେଶ୍ ପ୍ରଶଂସା ସାଉଁଣ୍ଟି ଛନ୍ତି । ତାଙ୍କର ସେବା ଆଉ ସମର୍ପଣ ଭାବର ତୁଳନା ନାହିଁ। ସାଧୁତା, ମାନବିକତା, ଆନ୍ତରୀକତା ଥିବା ଯୋଗୁଁ ନିଜ ଅଞ୍ଚଳ ତଥା ଜିଲ୍ଲାରେ କୋଣ ଅନୁକୋଣ ରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଏଥିପାଇଁ ତାଙ୍କୁ ଆଶାକିରଣ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ ମଦର ତେରେସା ଜୟନ୍ତୀ ସମାରୋହ ଅବସରରେ ସମ୍ମାନୀତ କରାଯାଇଛି। ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶାକିରଣ ଫାଉଣ୍ଡେସନର ମୁଖ୍ୟ କାଳୀ ଚରଣ ସିଂଙ୍କ ନେତୃତ୍ବରେ ଭୁବନେଶ୍ୱର ମାଷ୍ଟର କ୍ଯାଣ୍ଟିନ ସ୍ଥିତ ହୋଟେଲ୍ କେଶରୀ ଠାରେ ରାଜ୍ୟ ସ୍ତରୀୟ ଏହି ମଦର ତେରେସା ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ରାଜ୍ୟ ପରିବହନ ବିଭାଗର ଅର୍ଥ ପରାମର୍ଶ ଦାତା ତଥା ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ବିଶିଷ୍ଟ ସମାଜ ସେବୀକା ପଦ୍ମଶ୍ରୀ ଡ଼ଃ. ତୁଳସୀ ମୁଣ୍ଡା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆନ୍ତର୍ଜାତୀୟ ହକି ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ରର ସଂପାଦକ ଲୋକନାଥ ମହାପାତ୍ର, ବିଶିଷ୍ଟ ପଦାର୍ଥ ବିଜ୍ଞାନି ତଥା ଶିକ୍ଷାବିତ ଡ଼ଃ.ସୁଶାନ୍ତ ଦାସ, ମୂଖ୍ୟ ଯୁଗ୍ମ ଆବାହକ ବିପିନ୍ ବେହେରା ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ