ଗଜପତିର ମାର୍ଲବା ଗ୍ରାମରେ ଜ୍ୱର ଆତଙ୍କ

ପାରଳାଖେମୁଣ୍ଡି, ୧୭ା୦୬(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକର ମାର୍ଲବା ଠାରେ ଜ୍ୱର ଆତଙ୍କ ଦେଖା ଦେଇଛି । ବର୍ତ୍ତମାନ କରୋନାର ଆତଙ୍କ ଚାରିଆଡେ ଦେଖା ଦେଇଥିବା ବେଳେ ଏଥିରେ ସମସ୍ତ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ଘଟଣାରୁ ପ୍ରକାଶ,ରାୟଗଡ ବ୍ଲକର ମାର୍ଲବା ଗ୍ରାମର ଖ୍ରୀଷ୍ଟିୟାନ ସାହିରେ ଗତକାଲି ୧୦ଜଣ ଜ୍ୱରରେ ପୀଡିତ ହୋଇଥିଲେ । ଏମାନଙ୍କୁ ଅତି ପ୍ରବଳ ଜ୍ୱର ହେବାରୁ ଗ୍ରାମରେ ଜ୍ୱର ଆତଙ୍କ ନେଇ ଲୋକେ କାଳେ କରୋନା ରୋଗ ଆକ୍ରାନ୍ତ ହେଲା ବୋଲି ଆତଙ୍କିତ ହୋଇ ପଡିଛନ୍ତି । ଏ ଘଟଣା ଜିଲ୍ଲା ପ୍ରଶାସନ ଠାରେ ପହଞ୍ଚିବା ପରେ ମାର୍ଲବା ଗ୍ରାମକୁ ମେଡିକାଲ ଟିମ୍‌କୁ ପଠାଯାଇଥିଲା । ଏହି ଟିମ୍ ମାର୍ଲବା ଗ୍ରାମରେ ଜ୍ୱରରେ ପୀଡିତ ୧୦ଜଣଙ୍କୁ ତୁରନ୍ତ ଚିକିତ୍ସା କରି ଆବଶ୍ୟକ ଓøଷଧ ପ୍ରଦାନ କରିଛନ୍ତି । ଗ୍ରାମରେ ରହୁଥିବା ମୋଟ ୨୫୭ ଜଣ ଗ୍ରାମବାସୀଙ୍କ ରକ୍ତ ନମୁନା ମ୍ୟାଲେରିଆ ପାଇଁ ପରୀକ୍ଷା କରାଯାଇଥିଲା । ଏଥି ନେଇ ମାର୍ଲବା ଗ୍ରାମରେ ସ୍ୱାସ୍ଥ୍ୟସେବା ଓ ରକ୍ତ ପରୀକ୍ଷଣ କରିଥିବା ଟିମ୍‌ର ମୁଖ୍ୟ ତଥା ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକେଲ ଅଫିସର ଡଃ.ଗିରିଜା ପତି କହିଛନ୍ତି,ରକ୍ତ ନମୁନା ପରୀକ୍ଷଣ ପରେ ମୋଟ ୨୫୭ ଜଣଙ୍କୁ ମ୍ୟାଲେରିଆ ନେଗେଟିଭ୍ ରିପୋର୍ଟ ଆସିଛି । ୧୦ଜଣ ଭାଇରାଲ ଫିଭେରରେ ଆକ୍ରାନ୍ତ ଥିଲେ । ଚିକିତ୍ସା ପରେ ୨ଜଣ ସୁସ୍ଥ ହୋଇଛନ୍ତି । ୮ଜଣ ଜ୍ୱରରେ ପୀଡିତ ଅଛନ୍ତି । ଏହି ୮ଜଣଙ୍କ ସହ ସମସ୍ତ ଗ୍ରାମବାସୀଙ୍କୁ ଆବଶ୍ୟକ ଓøଷଧ ପ୍ରଦାନ କରାଯିବା ସହ ମେଡିକାଲ ଟିମ୍ ଗ୍ରାମରେ ସଜାଗ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ