ଗଜପତିର ରାମଗିରିରେ ହୋଇପାରିଲାନି ୫ ଟି ଲୋକାର୍ପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ବହୁ ଆଡମ୍ବରରେ ଲଘୁକ୍ରିୟା କରି ଗଜପତି ଜିଲ୍ଲାର ରାମଗିରି ଠାରେ ହୋଇପାରିଲାନି ୫ ଟିର ଲୋକାର୍ପଣ କାର୍ଯ୍ୟକ୍ରମ. ଗତ ୪ ତାରିଖ ଦିନ ଓଡିଶାର ବିଭିନ୍ନ ଜିଲ୍ଲାର ମୋଟ ୩୫୭ ବିଦ୍ୟାଳୟ ଲୋକାର୍ପିତ ହୋଇଥିବା ସ୍ଥଳେ ଗଜପତି ଜିଲ୍ଲାର ସଂଖ୍ୟା ଥିଲା ୮୦ . ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ଭିଡିଓ କନଫରେନ୍ସରେ ଲୋକାର୍ପିତ କରିଥିଲେ ବିଦ୍ୟାଳୟ ଗୁଡିକୁ. ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି ) ର ସ୍ଥିତି ଥିଲା ନିଆରା. ଏହିଭଳି ଏକ ଗୁରୁତ୍ୱପୂର୍ଣ ଦିନରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଂଜୀବ କୁମାର ନାୟକଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା. ଅନ୍ୟ କର୍ମଚାରୀମାନେ ନିଜ ନିଜ ଘରକୁ ଚାଲି ଯାଇଥିଲେ. ଅଳ୍ପ କେତେକ ଶିକ୍ଷକ ଓ ଅଣଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ଥିଲେ. କୌଣସି ସ୍ଥାନରେ ଏଲଇଡି ଲାଗିନଥିଲା କି କୌଣସି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମଧ୍ୟ ଡକା ଯାଇନଥିଲା. ଏ ବିଷୟରେ ପ୍ରଧାନ ଶିକ୍ଷକ ସଂଜୀବ କୁମାର ନାୟକଙ୍କୁ ପଚାରିବାରୁ କାର୍ଯ୍ୟକ୍ରମରେ ଆମକୁ ପୂର୍ବରୁ ସୂଚନା ମିଳିନି କିମ୍ବା କେହି ଜଣାଇ ନାହାନ୍ତି ବୋଲି କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ