ଗଜପତିର ଲୋକକଳା, ସଂସ୍କୃତି, ନୃତ୍ୟ ସଙ୍ଗୀତର ସମାରୋହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଲୋକକଳା, ସଂସ୍କୃତି, ଜନଜାତି, ନୃତ୍ୟ ସଙ୍ଗୀତ ସମାରୋହ, ଗଜପତି ଉତ୍ସବ ଓ ପଲିଶ୍ରୀ ମେଳା ସହ ଉନ୍ନୟନ ପ୍ରଦର୍ଶନୀ ତା:୧୯.୧୨.୨୦୨୩ ଠାରୁ ୨୩.୧୨.୨୦୨୩ ରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଖ୍ୟାତି ସମ୍ପନ୍ନ କଳାକାରମାନଙ୍କ ଦ୍ବାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।ଚଳିତ ବର୍ଷ ଗଜପତି ଉତ୍ସବ ଓ ପବ୍ଲିଶ୍ରୀ ମେଳା ପାଇଁ ୨୦୭ ଗୋଟି ଷ୍ଟଲ (stall) କରାଯିବାର ବ୍ୟବସ୍ଥା କରାଯାଇଅଛି ।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ୧୦ ଗୋଟି ଜିଲ୍ଲାରୁ ପାରମ୍ପାରିକ ନୃତ୍ୟ ଓ ଆଦିବାସୀ ନୃତ୍ୟ ଦଳ ଆସିବାର ବ୍ୟବସ୍ଥା କରାଯାଇଅଛି ।କଳାହାଣ୍ଡି- ଘୁମୁରା, ଗଞ୍ଜାମ-ଯୋଡିଶଙ୍ଖ, ମୟୂରଭଞ୍ଜ ଛଉ, ପୁରୀ-ଗୋଟିପୁଅ, ବରଗଡ଼- ସମ୍ବଲପୁରୀ, ବଲାଙ୍ଗୀର-ଡାଲ୍‌ଖାଇ, କୋରାପୁଟ-ଢେମସା ଇତ୍ୟାଦି ।ରାଜ୍ୟ ବାହାରୁ ୫ ଗୋଟି ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଯଥା- ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ପଶ୍ଚିମବଙ୍ଗ । ଜିଲ୍ଲା ବାହାରୁ ୩୦ ଗୋଟି ମିଶନ ଶକ୍ତି ଦଳ ଅଂଶ ଗ୍ରହଣ କରୁଛନ୍ତି ।ଆମ ଜିଲ୍ଲାରୁ ୪୨ ଟି ନୃତ୍ୟଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ ।ବିଶେଷ ଆକର୍ଷଣ: ଚିତ୍ରକଳା ପ୍ରଦର୍ଶନୀ ଓ ସ୍ଥାନୀୟ ଲେଖକଙ୍କ ଦ୍ବାରା ଲିତ ପୁସ୍ତକକୁ ନେଇ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରାଯାଉଅଛି ।ଜିଲ୍ଲାର ସଂସ୍କୃତି, ଲୋକକଳା ଓ ସାହିତ୍ୟର ସମୃଦ୍ଧି ନିମନ୍ତେ ଜିଲ୍ଲାର ଲୁକାୟିତ ପ୍ରତିଭା ମାନଙ୍କ ପ୍ରତ୍ସାହନ ଦେବା ପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରସାଶନ ତରଫରୁ ଗଜପତି ଉତ୍ସବ ଓ ପବ୍ଲିଶ୍ରୀ ମେଳା ଆୟୋଜନ କରାଯାଉଅଛି । ଏହି ଉତ୍ସବ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଯଥା-ମହେନ୍ଦ୍ରଗିରି, ଗଣ୍ଡାହାତୀ, ବୌଦ୍ଧମନ୍ଦିର, ମାଙ୍କଡଡିଆଁ, ଖସଡା ଓ ଗୁଦଗୁଦ ଜଳ ପ୍ରପାତର ବହୁଳ ପ୍ରସାର ପ୍ରଚାର ପାଇଁ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯିବ । ଆପଣ ମାନଙ୍କୁ ମୋ ତରଫରୁ ଅନୁରୋଧ ରହିଲା ଯେ, ଉଭୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବ୍ୟକ୍ତିବିଶେଷ ମିଳିତ ଭାବରେ ଗଜପତି ଉତ୍ସବ ଓ ପବ୍ଲିଶ୍ରୀ ମେଳା -୨୦୨୩ କୁ ସଫଳ ଭାବେ ରୂପାୟନ କରିବାହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ