ଗଜପତିର ୩ ବେସରକାରୀ ବସ ସଙ୍ଘ ଏକତ୍ରିତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ୩ଗୋଟି ବେସରକାରୀ ବସ୍ ସଂଘ ଏକତ୍ରିତ ହୋଇଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆବସ୍‌ଷ୍ଟାଣ୍ଡ ଠାରେ ଗଜପତିରେ ଯାତାୟତ କରୁଥିବା ସମସ୍ତ ପ୍ରାୟ ୧୨୦ରୁ ଉର୍ଦ୍ଧ ଘରୋଇ ବସମାଲିକମାନଙ୍କ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବରୁ ଚାଲିଥିବା ୩ଗୋଟି ବେସରକାରୀ ବସମାଲିକମାନେ ସେମାନଙ୍କ ସଂଗଠନକୁ ସୁଦୃଢ କରିବା ପାଇଁ ଏକତ୍ରିତ ହୋଇ ଏକ ନୂତନ ସଂଘ ଗଠନ କରିଥିଲେ । ଏଥିରେ ଜିଲ୍ଲା ବେସରକାରୀ ବସ୍ ସଂଘର ସଭାପତି ଭାବେ ସିଏଚ୍‌.ସିମାଦ୍ରୀ ଓ ସମ୍ପାଦକ ଆଇ.ଭେଙ୍ଗଟରାବଣାଙ୍କୁ ସମସ୍ତେ ମିଳିମିଶି ଚୟନ କରିଥିଲେ । ସୂଚନା ମୂତାବକ ଜିଲ୍ଲାରେ ୩ଗୋଟି ବେସରକାରୀ ବସ ସଂଘ ପୂର୍ବରୁ ଗଢି ଉଠିଥିଲା । ଏଥି ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବ୍ୟତିକ୍ରମ ଘଟୁଥିଲା । ବିଭିନ୍ନ ବସ୍ ସଂଘ ଭିନ୍ନ ଭିନ୍ନ ନିଷ୍ପତ୍ତି ନେଉଥିବାରୁ ସଠିକ ଭାବେ ନିଷ୍ପତ୍ତି ନିଆଯାଇ ପାରୁନଥିଲା । ଏହାକୁ ନେଇ ବିଭିନ୍ନ ସମୟରେ ମତଭେଦ ରହୁଥିଲା । ତେବେ ଶେଷରେ ଏହି ୩ଗୋଟି ସଂଘ ଏକତ୍ରିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ