ଗଜପତି ଉତ୍ସବର ଦ୍ବିତୀୟ ସନ୍ଧ୍ୟା, ବର୍ଷା ସତ୍ୱେ ତିବ୍ଦତୀୟ , ଆଦିବାସୀ ଓ ଛଉ ନୃତ୍ୟରେ ଝୁମିଲେ ଦର୍ଶକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଉତ୍ସବରଗତକାଲି ଦ୍ବିତୀୟ ସନ୍ଧ୍ୟା ସମୟରେ ରେ ବର୍ଷା ସତ୍ତ୍ବେ ଲୋକଙ୍କ ଭିଡ଼ ଜମିଛି। ସନ୍ଧ୍ୟାରେ ପାରଳାଖେମୁଣ୍ଡି ଠାରେ ଝଡି ବର୍ଷା ଲାଗି ରହିଥିଲା. ପରେ ବିଳମ୍ବରେ ଉତ୍ସବ ଆରମ୍ଭ ହୋଇଥିଲା. ତଥାପି ୨ ୟ ସନ୍ଧ୍ୟାର ଆକାଶ୍ରଣ ପୁରଲିଆର ଛଉ ନୃତ୍ୟ ସାଙ୍ଗକୁ ଗଜପତି ଜିଲ୍ଲାର ଆଦିବାସୀ ଓ ଚନ୍ଦ୍ରଗିରିର ତିବ୍ଦତୀୟଙ୍କ ନୃତ୍ୟରେ ଦର୍ଶକ ବିମୋହିତ ହୋଇ ଆପେ ଆପେ ନାଚି ଉଠିଥିବା ଲକ୍ଷ୍ୟ କରାଯାଇଥିଲା. ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଆରକ୍ଷୀ ଅଧୀକ୍ଷକ ଜ୍ୟୋତିନ୍ଦ୍ର ପଣ୍ଡା ଓ ପିଡି ଡିଆରଡିଓ ଡ.ଗୁଣନିଧି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସନ୍ଧ୍ୟାରେ ୧୬ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ପ୍ରଦର୍ଶନ କରିଥିଲେ | ପଶ୍ଚିମବଙ୍ଗ ପୁରଲିଆର ଛଉନୃତ୍ୟ ସାଙ୍ଗକୁ କ୍ରିଏଟିଭ୍ ଆର୍ଟସର ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ଖୁବ୍ ଝୁମାଇଥିଲା । ସେହିଭଳି ମହାରାଷ୍ଟ୍ରର ଲାବନି ନୃତ୍ୟ, ନବଦୋୟ ଛାତ୍ରଛା ତ୍ରଛାତ୍ରୀଙ୍କ ବିହୁନୃତ୍ୟ, ଅରବିନ୍ଦ ଶିକ୍ଷାକେନ୍ଦ୍ର ଚନ୍ଦ୍ରର ନାଟି ନୃତ୍ୟ, ଗଞ୍ଜାମର ପଶୁମୁଖା ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଆସାମର ବିହୁ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସମ୍ବଲପୁରୀ ନୃତ ନୃତ୍ୟ ଏବଂ ଗୁମ୍ଫା ଓ ରା.ଉଦୟଗିରିର ଆଦିବାସୀ ନୃତ୍ୟ ଦ୍ବିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା । ଚନ୍ଦ୍ରଗିରିର ତିବ୍ଦତୀୟମାନଙ୍କ ନୃତ୍ୟ ପ୍ରଦଶନ ଅତ୍ୟନ୍ତ ଉଚ୍ଚକୋଟିର ଥିଲା. ଝଡ଼ ବର୍ଷା ସତ୍ୱେ ରାତ୍ର ୧୧:୩୦ ପର୍ଯ୍ୟନ୍ତ ଲୋକେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗଜପତି ଉତ୍ସବର ବିଭିନ୍ନ ଷ୍ଟଲରେ ବୁଲି ମଜା ନେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ