ଗଜପତି ଉତ୍ସବ ଜାନୁୟାରୀ ୧୦ରୁ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଗଜପତି ଉତ୍ସବ ଆଗାମୀ ଜାନୁୟାରୀ ୧୦ତାରିଖ ଠାରୁ ଆରମ୍ଭ ହେବା ନିଶ୍ଚିତ ହୋଇଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି ଯେ,ପ୍ରତ୍ୟେକ ଥର ଭଳି ଗଜପତି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଜାକଜମକରେ ପାଳନ କରାଯିବ । ଜାନୁୟାରୀ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଗଜପତି ଉତ୍ସବ ପାରଳାଖେମୁଣ୍ଡି ଷ୍ଟାଡିଅମ୍ ଠାରେ ଅନୁଷ୍ଠିତ ହେବ । ପଲ୍ଲିଶ୍ରୀ ମେଳାକୁ ଏଠାରେ ୫ଦିନ ଧରି ଜାନୁୟାରୀ ୧୦ ରୁ ୧୪ ପର୍ଯ୍ୟନ୍ତ ଆୟୋଯିତ କରାଯିବ । ଏହି ଉତ୍ସବରେ ପ୍ରାୟ ୨ଶହରୁ ଉର୍ଦ୍ଧ ବିଭିନ୍ନ ଷ୍ଟଲ ଦ୍ୱାରା ଗଜପତି ଜିଲ୍ଲା,ରାଜ୍ୟର ଏବଂ ରାଜ୍ୟ ବାହାରର ବିଭିନ୍ନ ଉତ୍ପାଦିତ ଫସଲ,ପନିପରିବା,ଫଳ ଏବଂ ବିଭିନ୍ନ ସାମଗ୍ରୀ ଅଦିକୁ ପ୍ରଦର୍ଶିତ କରାଯିବାସହ ବିକ୍ରିବଟା କରାଜିବ । ପ୍ରତ୍ୟେକ ଦିନ ସଂଧ୍ୟାରେ ଗଜପତି ଉତ୍ସବ ସଭାପରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସ୍ଥିର ହୋଇଛି । ଗଜପତି ଜିଲ୍ଲାର ବିଭିନ୍ନ ଲୁକାୟିତ ପ୍ରତିଭା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ସେମାନଙ୍କ ପ୍ରତିଭାର ପରିଚୟ ସୃଷ୍ଟି କରିବା ସୁଯୋଗ ପାଇପାରିବେ । ଏଥିସହ ଗଜପତି ଜିଲ୍ଲା ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟ ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଗଜପତି ଉତ୍ସବରେ ପରିବେଷଣ କରାଯିବା ସ୍ଥିରିକୃତ ହୋଇଛି । ଏଠାରେ ସୁଚନା ଯୋଗ୍ୟ ଯେ,ଗତବର୍ଷ ତିତିଲି ମହାବାତ୍ୟା ଯୋଗୁଁ ଗଜପତି ଜିଲ୍ଲାରେ ବହୁ କ୍ଷୟକ୍ଷତି ଘଟିଥିଲା ତେଣୁ ଗତବର୍ଷ ଗଜପତି ଉତ୍ସବକୁ ଆୟୋଜନ କରାଯାଇ ନ ଥିଲା । ତେଣୁ ଗଜପତି ଜିଲ୍ଲାବାସୀ ଗଜପତି ଉତ୍ସବ ପାଇଁ ଦୀର୍ଘ ଦିନ ଧରି ପ୍ରତୀକ୍ଷା କରିଥିଲେ । ଏହି ପ୍ରତୀକ୍ଷାର ବର୍ତ୍ତମାନ ଅନ୍ତଃ ଘଟି ଜାନୁୟାରୀ ୧୦ ଠାରୁ ଗଜପତି ଉତ୍ସବ ପାଳନ ହେବା ନିଶ୍ଚିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ