ଗଜପତି ଉତ୍ସବ ୨୦୨୩ ର ସଫଳ ରୂପାୟନ ପାଇଁ ସାଂସ୍କୃତିକ କମିଟିର ଚୁଡାନ୍ତ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଗାମୀ ୧୯.ରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ଗଜପତି ଉତ୍ସବର ୨୦୨୩ର ସଫଳ ରୂପାୟନ ପାଇଁ ସାଂସ୍କୃତିକ କମିଟିର ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ୫ ଦିନ ଧରି ହେବାକୁ ଥିବା ଗଜପତି ଉତ୍ସବ ରେ ପ୍ରଥମ ଦିନରୁ ଶେଷ ଦିନ ଧରି ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଆଲାଚନା ହୋଇଯାଇଛି । ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅନୁଷ୍ଠାନ ଠାରୁ ଆରମ୍ଭ କରି ବ୍ଲକ ତଥା ଓଡ଼ିଶା ରୁ ୧୦ ଜିଲ୍ଲା ଏବଂ ରାଜ୍ୟ ର ବାହାରୁ ଆସୁଥିବା ସାଂସ୍କୃତିକ ଅନୁଷ୍ଠାନ ଯଥା ପଶ୍ଚିମବଙ୍ଗ ର ଛଉ ନୃତ୍ୟ ଆସାମ ର ବିହୁ ଉତ୍ତର ପ୍ରଦେଶ ର ଲୋକ ନୃତ୍ୟ ମହାରାଷ୍ଟ୍ର ଓ ରଜ୍ୟସ୍ଥାନ ର ଲୋକନୃତ୍ୟ ଚଳିତ ଗଜପତି ଉତ୍ସବରେ ଯେମିତି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବ ଏହାର ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି । ଗୁରୁ ରଘୁନାଥ ପାତ୍ର ଙ୍କ ଅଧ୍ୟକ୍ଷତା ରେ ସାଂସ୍କୃତିକ କମିଟି ର ସମସ୍ତ ସଦସ୍ୟ ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଅରୁଣ ତ୍ରିପାଠୀ, ,ନୃସିଂହ ଚରଣ ପଟ୍ଟନାୟକ,ଆଦର୍ଶ ଦାସ,ହରିହର ପଟନାୟକ, ମୋନଜ ପାଢ଼ୀ,ଶୁଭ୍ରାଂଶୁ ପଟ୍ଟନାୟକ,ଗଣେଶ ରାଜୁ,କୃଷ୍ଣ ବେହେରା ଇତ୍ୟାଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ