ଗଜପତି ଏଡିଏମ୍ କରୁଣାକର ରାଇକାଙ୍କ ପରଲୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ ଘଟିଥିବା ସୁଚନା ମିଳିଛି । ଗତ କିଛି ଦିନ ତଳେ ତାଙ୍କୁ ଥଣ୍ଡା ଜ୍ୱର ହେବାରୁ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଚ୍ଚ ଚିକିତ୍ସା ପାଇଁ କଟକ ନେବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକରେ ତାଙ୍କ ଘର ଅଟେ । ତାଙ୍କ ବିୟୋଗ ଖବର ଗଜପତିରେ ପ୍ରଚାର ହେବା ପରେ ଜିଲ୍ଲାସାରା ବିଭିନ୍ନ ମହଲରୁ ଗଭିର ଶୋକ ପ୍ରକାଶ ପାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠା ଓ ଦାୟୀତ୍ୱବାନ ଅଧିକାରୀ ଥିଲେ । ଗଜପତି ଜିଲାଲପାଳ ଅନୁପମ ସାହା,ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣରାଓ,ମୋହନା ବିଧାୟକ ଅନ୍ତର୍ଯ୍ୟାମୀ ଗମାଙ୍ଗ,ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ନାଥ ପାଢୀ,ଗଣେଶ ରାଜୁ,ବସନ୍ତ କୁମାର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କ ଅମର ଅତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।